ଜନମତ ପାଖରେ ନାହିଁ କି ସଂସଦରେ ସଂଖ୍ୟା ନାହିଁ । ଦେଶ ହିତରେ ପ୍ରତ୍ୟେକ ଭଲ ପଦକ୍ଷେପରେ ମଧ୍ୟ କେଁ ପୁରାଇବା ତାଙ୍କର ଲକ୍ଷ୍ୟ । ହେଲେ କେଉଁଥିରେ ସଫଳ ହେବାର ଦେଖାଯାଉନାହିଁ । ସବୁଠି ପରାସ୍ତ ହେବା ପରେ ନିଜର ଅସ୍ତିତ୍ୱ ବଂଚାଇବା ପାଇଁ ନ୍ୟାୟାଳୟର ଦ୍ୱାରସ୍ତ ହୁଅନ୍ତି ଏମାନେ । ଗୃହ ସାର୍ବଭୌମ ଓ ଗୃହର ନିଷ୍ପତିକୁ କୋର୍ଟରେ ଚ୍ୟାଲେଞ୍ଜ କଲେ ମଧ୍ୟ ସେମାନଙ୍କର ଲାଭ ହୁଏ ନାହିଁ । ଟ୍ରିପଲ ତଲାକ, ଧାରା୩୭୦ଉଚ୍ଛେଦ,ଆର୍ଥିକ ଅନଗ୍ରସରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପରି ନିଷ୍ପତିିକୁ ଦେଶବ୍ୟାପୀ ପ୍ରଶଂସା କରାଯାଇଥିଲେ ହେଁ କଂଗ୍ରେସ ଦଳ ନିଜର ଧୁରୀଣ ଆଇନଜୀବୀଙ୍କ ଦ୍ୱାରା ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ହେଲେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା । ତଥାପି ପ୍ରକୃତି ଛାଡୁନି ଏବେ ସିଏଏକୁ ମଧ୍ୟ ଆଇନର ଜାମା ପିନ୍ଧାଜିବାପରେ ସେମାନେ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କଂଗ୍ରେସର ନେତା ଜୟରାମ ରମେଶ, ଏଆଇଏମଆଇଏମ୍ର ସାଂସଦ ଅସଦୁଦ୍ଦିନ ଓୱେସୀ, ତ୍ରିଣମୁଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଆରଜେଡି ନେତା ରଞ୍ଜନ ଝା ଏବଂ ଏମ୍.ଏଲ.ଶର୍ମାଙ୍କ ସମେତ ଅନ୍ୟାନ୍ୟ ଆବେଦନକାରୀମାନେ ସିଏଏକୁ ବିରୋଧ କରି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ପୁଣିଥରେ ସେମାନଙ୍କୁ କୋର୍ଟରେ ନିରାଶ ହେବାକୁ ପଡିଛି । ନାଗରିକ ସଂଶୋଧନ ଆଇନ (ସିଏଏ-୨୦୧୯)କୁ ବିରୋଧ କରି ସୁପ୍ରିମ୍କୋର୍ଟରେ ଆଗତ ୫୯ଟି ଆବେଦନର ଶୁଣାଣି କରି ଏହି ଆକ୍ଟ ଉପରେ ରହିତାଦେଶ ଦିଆଯିବ ନାହିଁ ବୋଲି ମାନ୍ୟବର ପ୍ରଧାନ ବିଚାରପତି ଜଷ୍ଟିସ ଶରତ ବବଡେ ରୋକଠୋକ୍ ଶୁଣାଇ ଦେଇଛନ୍ତି । ଏହି ବିଲକୁ ଯଦିଓ ସରାକାର ଦୁଇଟି ହାଉସରେ ପାରିତ କରାଇବାରେ ସାମର୍ଥ୍ୟ ହେବେ ହେଲେ କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଗଲେ ନିଶ୍ଚିତ ଭାବେ କୋର୍ଟ ଏହାକୁ କାର୍ଯ୍ୟକାରୀ କରିବା ଉପରେ ରୋକ ଲଗାଇଦେବେ ବୋଲି କିଛି ଦିନ ତଳେ ରାଜ୍ୟସଭାରେ ନାଗରିକ ସଂଶୋଧନ ଆକ୍ଟ (ସିଏଏ) ଆଗତ ହୋଇଥିବାବେଳେ ଚର୍ଚ୍ଚାରେ ଭାଗନେଇ ଦେଶର ଅର୍ଥକୁ ହେରଫେର କରି ଜେଲ ଜାଇ ବେଲରେ ଫେରିଥିବା ଜଣେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଟ ନେତା ଏହା କହିଥିଲେ । କିଛି ପୁରୁଖା ଓ ପୋଖତ ଓକିଲଙ୍କୁ ଧରି ଏହି ଦଳ ବେଶ ଭାଉ ଖାଇଥାଏ । ଶେଷରେ ପରିସ୍ଥିତି ଯାହା ହୁଏ ତାହା ସମସ୍ତଙ୍କୁ ଜଣା ।

Comments
Post a Comment