ରାଜ୍ୟରେ ଅନୁପ୍ରବେଶକାରୀ ବଢନ୍ତୁ !


ଦୁନିଆରେ ଏମିତି କୌଣସିଦେଶ ନାହିଁ ଯାହାର ନାଗରିକ ମାନଙ୍କର ପଂଜିକା ନାହିଁ । ସବୁ ଦେଶ ତାର ନାଗରିକମାନଙ୍କର ତାଲିକା କରିଛନ୍ତି । ସଂଖ୍ୟାଲଘୁଙ୍କ ମଧ୍ୟରେ ଅନେକ ବିଦେଶୀ ରହିଛନ୍ତି । କିଏ ଭାରତର ନାଗରିକ ଓ କିଏ ବାହର ଲୋକ କିଏ ସେମାନଙ୍କୁ ଚିହ୍ନିବାର କୌଣସି ବ୍ୟବସ୍ଥା ନାହିଁ । ରାଷ୍ଟ୍ର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜାତୀୟ ନାଗରିକ ପଂଜିକାକୁ ଲାଗୁ କରିବା ପାଇଁ ପ୍ରତିବଦ୍ଧ ହୋଇଛନ୍ତି । ଏ ଦେଶର ସଂସଦ ତାକୁ ଗ୍ରହଣ କରିଛି । ଏହା ରାଷ୍ଟ୍ରର ହିତ ଏବଂ ସୁରକ୍ଷା ପାଇଁ ତିଆରି କରାଯାଇଛି । ନାଗରିକ ସଂଶୋଧନ ବିଲକୁ ରାଜ୍ୟସଭା ଓ ଲୋକସଭାରେ ସମର୍ଥନ କରିଥିବା ଓଡିଶା ସରକାର ଏନଆରସିକୁ ଓଡିଶାରେ ଲାଗୁ କରିବେ ନାହିଁ ବୋଲି କହିଛନ୍ତି । କାହିଁକି ଓଡିଶାରେ ଜାତୀୟ ନାଗରିକ ପଂଜିକାକୁ ଲାଗୁ କରିବେ ନାହିଁ ଏବଂ ଏହା ପଛରେ  ଉଦ୍ଦେଶ୍ୟ କଣ ରହିିଛି ବୋଲି ସାରା ଓଡିଶାବାସୀଙ୍କୁ ବିସ୍ମିତ କରିଛି । ଗତ ଡିସେମ୍ବର ୧୭ ତାରିଖ ଦିନ ରାଜଧାନୀ ଭୁବନେଶ୍ୱରରେ ମୁସଲମାନ ସଂପ୍ରଦାୟ ନାଗରିକ ସଂଶୋଧନ ଆଇନ (ସିଏଏ୨୦୧୯)ବିରୋଧରେ ପ୍ରଦର୍ଶନ କରିଥିଲେ । ଏହାକୁ ଦେଖି ସରକାର ଭୟଭିତ ହୋଇଗଲେ କି ନା ବାମପନ୍ଥୀ ଓ ଅନ୍ୟ ବୋରିଧିମାନେ କରୁଥିବା ଆନ୍ଦୋଳନକୁ ଦେଖି ସରକାର ଡରିଗଲେ । ଓଡିଶାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁ ବୋଲି ରାଜ୍ୟ ସରକାର ଚାହୁଁଛନ୍ତି କି ? ରାଜନୈତିକ ଫାଇଦା ପାଇଁ ଏହା କହୁ ନାହାଁନ୍ତି ତ? ଏନଆରସି ଲାଗୁ ହେଲେ ଓଡିଶାର କଣ କ୍ଷତି ହେବ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ବିଭିନ୍ନ ଛାତ୍ର ସଂଗଠନ ତଥା ବୁଦ୍ଧିଜୀବୀମାନେ ଦାବି କଲେଣି ।   କ୍ୟାବ୍ ଭାରତରେ ଶରଣାର୍ଥୀଙ୍କ ପାଇଁ ଲାଗୁ ହେବାକୁଥିଲା ବେଳେ ଓଡିଶାର ମୁସଲମାନ ମାନେ କାହିଁକି ଭୟଭୀତ ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ବିଲର ବର୍ତମାନର ଭାରତୀୟ ନାଗରିକଙ୍କ ସହ କୈାଣସି ସମ୍ପର୍କ ନଥିଲା ବେଳେ ଏହି ମୁସଲମାନ ସଂଗଠନ ଭୂଲ ତଥ୍ୟ ଆଧାରରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଛି ବୋଲି ଅନେକ ସଂଗଠନ ମତ ପ୍ରକାଶ କରିଛନ୍ତି । ଓଡିଶାରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ଏବଂ ବିଭିନ୍ନ ଅପରାଧିକ ମାମଲାରେ ସେମାନଙ୍କର ସଂପୃକ୍ତି ବାବଦରେ ନିଜେରାଜ୍ୟ ସରକାର ବିବୃତି ପ୍ରକାଶ କରିସାରିଛନ୍ତି । କିଛି ଦିନ ପୂର୍ବରୁ କେନ୍ଦ୍ରାପଡାରେ ଏନଆରସି ଲାଗୁ କରିବା ପାଇଁ କେନ୍ଦ୍ରୀୟ ଗୃହ ବିଭାଗ ରାଜ୍ୟ ସରକାରଙ୍କୁ ଚିଠି ଦେଇଥିଲା । ନାଗରିକତା ସଂଶୋଧନ ଆଇନ୍ ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସିଏଏ କେବଳ ଭାରତରେ ରହୁଥିବା ବିଦେଶୀଙ୍କ ପାଇଁ ଲାଗୁ ହେବ । ସିଏଏ ର ଏନଆରସି ସହ କୌଣସି ସମ୍ପର୍କ ନାହିଁ । ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । କୌଣସି ଗୁଜବକୁ ବିଶ୍ୱାସ ନକରିବାପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ଠିକ୍ ଜାଣିଛନ୍ତି, ଠିକ୍ କରୁଛନ୍ତି କିନ୍ତୁ ବେଳେବେଳେ... 

Comments