ନାଗରିକତା ଆଇନ ସପକ୍ଷରେ ଏବିଭିପିର ଶୋଭାଯାତ୍ର



ଭୁବନେଶ୍ୱର, : ଶୁକ୍ରବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନେଶ୍ୱର ଶାଖା ତରଫରୁ ନାଗରିକ ଆଇନ ୨୦୧୯କୁ ସମର୍ଥନ କରି ଏବଂ ରାଜ୍ୟରେ ଘଜଉ ଲାଗୁକରିବା ପାଇଁ ଦାବି କରି ଏକ ବାଇକ ରାଲି ଉତ୍କଳ ବିଶ୍ୱବିଦ୍ୟାଳୟ ଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଛି । ଭୁବନେଶ୍ୱରରେ ଥିବା ବିଭୀନ୍ନ କ୍ୟାମ୍ପସରୁ ୩୦୦ ସଂଖ୍ୟାରେ ବିଦ୍ୟାର୍ଥୀ ଏଥିରେ ଯୋଗଦେଇ ନାଗରିକ ଆଇନ ୨୦୧୯ କୁ ସମର୍ଥନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟରେ ଘଜଉ ‘ଲାଗୁ ହେବନାହିଁ\' ମନ୍ତବ୍ୟର ସ୍ପଷ୍ଟିକରଣ ମାଗିବା ସହ ଏହାକୁ ରାଜ୍ୟରେ ଲାଗୁ କରିବା ପାଇଁ ଦାବୀ ପ୍ରସ୍ତୁତ କରିଛନ୍ତି । ଛାତ୍ରଛାତ୍ରୀମାନେ ମାଷ୍ଟର କ୍ୟାଣ୍ଟିନ ଛକରେ ପହଂଚି ସାରିବା ପରେ ‘ଭାରତ ମାତାକି ଜୟ, ଝଗ୍ଧଙ୍କୟରଦ୍ଭଗ୍ଧଗ୍ଦ ଝଙ୍କକ୍ଟ୍ରକ୍ଟ୍ରକ୍ଟକ୍ସଗ୍ଧ ଉଇଇ, ଡର ୟରଜ୍ଞବଦ୍ଭୟ ଘଜଉ ସଦ୍ଭ ଙୟସଗ୍ଦଷବ\' ଆଦି ନାରା ଦେଇଥିଲେ । ଏକ ୭୦ ଫୁଟର ତ୍ରିରଙ୍ଗା ଧରି ମାଷ୍ଟର କ୍ୟାଂଟିନ ଗୋଲେଇରେ ରାଲି କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଘଜଉ ଲାଗୁ କରିବା ପାଇଁ ନିଜ ନିଷ୍ପତ୍ତିକୁ ପରିବର୍ତ୍ତନ କରିବା ପାଇଁ ଦାବି ପ୍ରସ୍ତୁତ କରିଥିଲେ । ଏହି ଅବସରରେ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦକ ଶ୍ରୀ ଶଶିକାନ୍ତ ମିଶ୍ର ଯୋଗଦେଇ କହିଲେ ଯେ, ଦୀର୍ଘଦିନ ଧରି ବାଂଲାଦେଶ, ପାକିସ୍ଥାନ ଓ ଆଫଗାନିସ୍ଥାନରେ ଧାର୍ମିକ ଆଧାରରେ ନିର୍ଯାତନାର ଶିକାର ହୋଇଆସୁଥିବା ତଥା ଭାରତରେ ଶରଣ ନେଇଥିବା ସଂଖ୍ୟା ଲଘୁ ସଂପ୍ରଦାୟର ଲୋକ ମାନଙ୍କ ପାଇଁ ନାଗରିକ ଆଇନ ୨୦୧୯ ଏକ ବରଦାନ ସଦୃଶ୍ୟ । ଏହି ଆଇନରେ କୈାଣସି ଧର୍ମ ବା ସଂପ୍ରଦାୟ ବିରୁଦ୍ଧରେ କୈାଣସି ବି କଥା କୁହାଯାଇନଥିବା ବେଳେ କିଛି ବ୍ୟକ୍ତିବିଶେଷ ନିଜର ଭୋଟ ବ୍ୟାଙ୍କର ରାଜନିତିକୁ ମଜଭୁତ କରିବା ପାଇଁ ତଥା ଦେଶକୁ ଭାଙ୍ଗିବାର ନିଜର ସଡଯନ୍ତ୍ରକୁ ଆଗକୁ ନେବା ପାଇଁ ଯେଇଁ ଭଳି ଭାବେ ଅପପ୍ରଚାର ଚଲାଇଛନ୍ତି ତାହାକୁ ବିଦ୍ୟାର୍ଥୀ ପରିଷଦ ନିନ୍ଦା କରୁଛି । ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ, ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ କିଛି ଛାତ୍ର ଏହାକୁ ନେଇ ହିଂସା କାଣ୍ଡ ନିଭାଇବା ପରେ ଯେଉଁଭଳି ଭାବେ ଛାତ୍ର ସମୁଦାୟ ଉଇଇର ବିରୋଧ କରୁଛନ୍ତି ବୋଲି ମାହୋଲ ଠିଆ କରିବା ପାଇଁ ଚେଷ୍ଟା କରାଯାଉଛି ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ ଏବଂ ମିଥ୍ୟା ଅଟେ । ଭାରତର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପାଠ ସାଧାରଣ ଛାତ୍ର ଉଇଇର ସମର୍ଥନରେ ଅଛନ୍ତି ଏବଂ ବସୁଧୈବ କୁଟୁମ୍ବକମ୍ ଭଳି ଭାରତୀୟ ପରମ୍ପରାର ବାହକ ନାଗରିକ ଆଇନ ୨୦୧୯ ନିଶ୍ଚିତ ରୂପେ ଅତିତରେ ଯେଉଁଭଳି ଭାବେ ଇରାନ, ଇସ୍ରାଇଲ ଏବଂ ବାଙ୍ଗଲାଦେଶର ୧୯୭୧ରୁ ଆସିଥିବା ହିନ୍ଦୁ ମାନଙ୍କ ପାଇଁ ଭାରତର ଉଦାର ହୃଦୟକୁ ଖୋଲିଦେଇଥିଲା ଠିକ ସେହି ପରମ୍ପରାକୁ ଆଗକୁ ବଢାଇ ଆଉ ଏକ ଐତିହାସିକ କିର୍ତ୍ତିମାନ ବୋଲି ରାଜ୍ୟ ସମ୍ପାଦକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହା ସହ ସେ ରାଜ୍ୟରେ ଘଜଉ କୁ ଲାଗୁ କରିବା ପାଇଁ ନବୀନ ପଟ୍ଟନାୟକଙ୍କୁ ଦାବୀ ଜଣାଇବା ସହ ଅନୁପ୍ରବେଶ କାରୀ ମାନଙ୍କୁମାନଙ୍କ ଠାରୁ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଥିବା ସାଧାରଣ ଓଡିଆ କେଉଁଭଳି ଭାବେ ଅର୍ଥନୈତିକ ଦୃଷ୍ଟିରୁ, ଅପରାଧ ଦୃଷ୍ଟିରୁ ଶୋଷଣର ଶିକାର ହେଉଛନ୍ତି ତାହା ପରିପ୍ରକାଶ କରିବା ସହ ନବୀନ ପଟ୍ଟନାୟକଙ୍କୁ ନିଜର ନିଷ୍ପତ୍ତି ତୁରନ୍ତ ବଦଳାଇବା ପାଇଁ ମଧ୍ୟ ଦାବୀ ପ୍ରକାଶ କରିଥିଲେ । ଏହି ଅବସରରେ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ ମଲ୍ଲିକ ରାଜ୍ୟରେ ସାଧାରଣ ଛାତ୍ର ଉଇଇର ସପକ୍ଷରେ ଥିବା ବେଳେ ବିଦେଶି ବିଚାରରେ ପରିପୋଷିତ କିଛି ନିର୍ଦ୍ଧିଷ୍ଟ ଛାତ୍ର ସଙ୍ଗଠନ ମାହୋଲ ବିଗାଡିବା ପାଇଁ ଅସଫଳ ଚେଷ୍ଟା କରିଛନ୍ତି ତାକୁ ଦୃଢ ନିନ୍ଦା କରିଥିଲେ । ଏହି ଅବସରରେ ରାଜ୍ୟ ସହସମ୍ପାଦିକା ସୁଶ୍ରୀ ସଙ୍ଗିତା ପଣ୍ଡା କହିଥିଲେ ଯେ, ବଙ୍ଗଳାଦେଶୀ ଅନୁପ୍ରବେଶ କାରିମାନେ ଓଡିଶାର ତଟବର୍ତ୍ତୀ ସିମା ମାନଙ୍କରେ ଯେଉଁ ଅପରାଧି ଗତିବିଧି ଚଲାଇଛନ୍ତି ତାହା ଦ୍ୱାରା ମହିଳା ମାନେ ଅସୁରକ୍ଷିତ ଅନୁଭବ କରୁଛନ୍ତି । ନବୀନ ପଟ୍ଟନାୟକ ଏହି ପରିସ୍ଥିତିକୁ ବୁଝିବା ସହ ନିଜ ନିଷ୍ପତ୍ତିର ତୁରନ୍ତ ପୁନଃ ବିଚାର କରନ୍ତୁ । ସେହି ପରି ରାଜ୍ୟ ସହସମ୍ପାଦକ ରତନ ଦିଗଲ, ଭୁବନେଶ୍ୱର ସମ୍ପାଦକ ଶ୍ରୀ ସମ୍ବିତ ରାଉତ, ସ୍ତିତିପ୍ରଞା ଦାସ, ସୋମେଶ ଦେ, ପିଂଟୁ ପ୍ରତିକ ନାୟକ, ଲିନା ନନ୍ଦିତା ପରିଡା, ପ୍ରୟସଂଜନ ରାଉତ, ଗୋପବନ୍ଧୁ ଜେନା, ଶୁଧାଂଶୁ ସାହୁ,ଜ୍ୟୋତି ରଂଜନ ନାୟକ, ପ୍ରିତମ ଦାସ, ଶୁଭମ ସାହୁ, ଦେବବ୍ରତ ଦାସ, ବିଶ୍ୱ ସ୍ୱାଇଁ ପ୍ରମୁଖ ନେତୃତ୍ୱ ନେଇଥିଲେ । ବିଦ୍ୟାର୍ଥୀ ପରିଷଦ ଦିର୍ଘ ଦିନରୁ ଅନୁପ୍ରବେଶକାରୀଙ୍କ କ୍ଷେତ୍ରରେ ସରକାର ଊରଗ୍ଧରମଗ୍ଧ, ଊରକ୍ଷରଗ୍ଧର ଌ ଊରକ୍ଟ୍ରକ୍ଟକ୍ସଗ୍ଧ ଶକ୍ତ ପଦ୍ଧତି ଅବଲମ୍ୱନ କରିବା ପାଇଁ ଦାବି କରିଆସୁଥିବାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଘଜଉ ଲାଗୁ ନକରିବା କହିବା ଦୁର୍ଭାଗ୍ୟର ବିଷୟ । ଯଦି ରାଜ୍ୟରେ ଘଜଉ ଲାଗୁ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ନହୁଅନ୍ତି ତେବେ ଆଗାମୀ ଦିନରେ ଏକ ରାଷ୍ଟ୍ର ସୁରକ୍ଷା ଦୃଷ୍ଟିରୁ ଏକ ବୃହତ ଛାତ୍ର ଆନ୍ଦୋଳନ ସମ୍ମୁଖିନ ହେବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି ।

Comments