ମୁସଲିମ ରାଷ୍ଟ୍ରୀୟ ମଂଚ ନାଗରୀକତାର ଆଇନକୁ ସମର୍ଥନ କରି ଦେଶବ୍ୟାପୀ ଜନ ଜାଗରଣ ଅଭିଯାନ କରିବ

ମୁସଲିମ ରାଷ୍ଟ୍ରୀୟ ମଂଚ ନାଗରୀକତାର ଆଇନକୁ ସମର୍ଥନ କରି ଦେଶବ୍ୟାପୀ ଜନ ଜାଗରଣ ଅଭିଯାନ କରିବାକୁ ଆଗେଇ ଆସିଛି  । ମଂଚ ତରଫରୁ କୁହାଯାଇଛି ଯେ, କେନ୍ଦ୍ରସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନାଗରୀକତା ସଂଶୋଧନ ଆଇନ ୨୦୧୯କୁ ବିରୋଧ କରି କଂଗ୍ରେସ, ସମସ୍ତ ବାମପନ୍ଥୀ ଦଳ, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ଆପ୍ ତଥା ଅନେକ ବିରୋଧୀ ଦଳ, ମୈାଳବାଦୀ ନେତା ଓ ତଥା କଥିତ ଧର୍ମ ନିରପେକ୍ଷ  ତତ୍ୱଗୁଡିକ ଦେଶରଜନ ସାଧାରଣକୁ ଭ୍ରମିତକରି ବିଭିନ୍ନ ସ୍ଥାନରେ ହିଂସା, ପୋଡାଜଳା ଓ ଆକ୍ରୋଶର ଏକ ବାତାବରଣ ସୃଷ୍ଟିକରିବାକୁ ଆରମ୍ଭ କରିଛନ୍ତି । ଆସାମ ସମେତ କେତେକ ପୂର୍ବୋତ୍ତର ରାଜ୍ୟ, ଦିଲ୍ଲୀ, ଜାମିୟାମିଲିୟା ତଥା ଦେଶର ଅନ୍ୟ କେତେକ ସ୍ଥାନରେ ହୋଇଥିବା ଏଭଳି ହିଂସାତ୍ମକ ଆନ୍ଦୋଳନକୁ ମୁସଲିମ ରାଷ୍ଟ୍ରୀୟ ମଞ୍ଚ କଡାଭାଷାରେ ନିନ୍ଦା କରିଛି । ନାଗରୀକସଂଶୋଧନ ଆଇନ ଭାରତୀୟଙ୍କର ନାଗରୀକତା ଛଡାଇ ନେବା ପାଇଁ ହୋଇ ନାହିଁ । ଆମ ଦେଶରେ ଯେଉଁମାନେ ଶରଣାର୍ଥୀଭାବେ ଦୀର୍ଘବର୍ଷ ହେଲା ରହିଆସିଛନ୍ତି  ତାଙ୍କୁ ନାଗରୀକତା ପ୍ରଦାନ କରିବା ପାଇଁ କରାଯାଇଛି । ତେଣୁ ସତ୍ୟତା ନଜାଣି ଏପ୍ରକାର ହିଂସାତ୍ମକ ଆନ୍ଦୋଳନ କରିବାକୁ  ପ୍ରୋତ୍ସାହନ ଦେବାଠିକ୍ହେଉନାହିଁ ।
୧୯୪୭ରେ ଭାରତବିଭାଜନ ହେବାସହିତ ଆମକୁ ସ୍ୱାଧୀନତା ମିଳିଥିଲା । ଏହି ବିଭାଜନ ଧର୍ମ ଆଧାରରେ ହୋଇଥିଲା ଓ ଏହି ଧର୍ମୀୟ ଆଧାରକୁ କଂଗ୍ରେସ ସ୍ୱୀକାର କରି ଭାରତକ ୁଭାଗ ଭାଗ କରିଥିଲା । ପାକିସ୍ଥାନ,  ପରେ୧୯୭୧ରେ ବାଂଲାଦେଶ ଓ ଆଫଗାନିସ୍ଥାନ ଏହି ତିନିଦେଶ ନିଜକୁ ଇସଲାମିକ ରାଷ୍ଟ୍ରଭାବେ ଘୋଷଣା କରିଛନ୍ତି । ଏହି ଦେଶ ଗୁଡିକରୁ ଧର୍ମୀୟ ଅତ୍ୟାଚାରର ଶିକାର ହୋଇ ଯେଉଁ ହିନ୍ଦୁ, ଶିଖ, ବୈାଦ୍ଧ, ଜୈନ, ପାର୍ଶି ଓ ଖ୍ରୀଷ୍ଟ୍ରୀୟାନ ଶରଣାର୍ଥୀମାନେ ଭାରତକୁ ଚାଲିଆସିଛନ୍ତି ସେମାନଙ୍କୁ ଭାରତୀୟ ନାଗରୀକତା ଦେବା ପାଇଁ ଭାରତର କେନ୍ଦ୍ରସରକାର ଏହି  ଆଇନ ତିଆରିକରିଛନ୍ତିି । ସଂସଦର ଉଭୟ ସଦନରେ ବହୁମତରେ ପାରିତ ହେବା ପରେ ଏହା ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭକରି ଆଇନରେ ପରିରତ ହୋଇଛି ।
ଏହି ଆଇନ ପ୍ରଣୟନ ହେବାଦ୍ୱାରାଭାରତର ୧୩୦ କୋଟି ନାଗରୀକମାନଙ୍କର କିଛିକ୍ଷତି ହେବାର ନାହିଁ କିନ୍ତୁ କିଛି ରାଜନୈତିକ ଦଳ ବିଶେଷ କରି ଏହି ଆଇନ ବଳରେ ମୁସଲମାନମାନେ ନାଗରୀକତ୍ୱ ହରାଇବେ ବୋଲି ପ୍ରଚାର କରି ହିଂସାକାଣ୍ଡ କରିବାକୁ ପ୍ରୋତ୍ସାହିତ କରୁଛନ୍ତି । ଏମାନେ ହେଉଛନ୍ତି ସେହି ରାଜନୈତିକ ଦଳ ଯେଉଁମାନେ ମୁସଲମାନଙ୍କୁ ସବୁବେଳେ ପଛୁଆ କରି ଓ ଭୟଭୀତ କରିରଖିଛନ୍ତି ଏବଂ ଏମାନଙ୍କୁ ନିଜର ଭୋଟବ୍ୟାଙ୍କ ରୂପେ ବ୍ୟବହାର କରିଆସୁଛନ୍ତିି ।
ମୁସଲିମ ରାଷ୍ଟ୍ରୀୟ ମଞ୍ଚ ଭାରତର ନାଗରୀକମାନଙ୍କୁ ବିଶେଷକରି ମୁସଲମାନଙ୍କୁ ନିବେଦନ କରିଛି ସେମାନେ ଏହି ରାଜନୈତିକ ଦଳମାନଙ୍କ କୁଶିକ୍ଷାରେ ପଡନ୍ତୁ ନାହିଁ । ଏମାନଙ୍କ ଦ୍ୱାରା ପ୍ରଭାବିତ ହେଲେ ଭବିଷ୍ୟତରେ ଅସୁବିଧା ସୃଷ୍ଟିହୋଇ ପାରେ । ଭାରତ ସରକାର ପାକିସ୍ଥାନରୁ  ଆସିଥିବା ୬୨୭ମୁସଲମାନଙ୍କୁ ଏବେ ଭାରତର ନାଗରୀକତା ଦେଉଛନ୍ତି । ମିଥ୍ୟାକୁ  ଆଧାରକରି ପ୍ରଚାର କରୁଥିବା କଂଗ୍ରେସ ଏବଂ ବାମପନ୍ଥୀ  ତଥା  ଅନ୍ୟ ରାଜନୈତିକ ଦଳ ଜନସାଧାରଣଙ୍କୁ ଉସ୍କେଇ ଦେଶରେ ଏକ ଅଶାନ୍ତ ବାତାବରଣ ସୃଷ୍ଟିକରୁଛନ୍ତି ଯାହାଦ୍ୱାରା ଦେଶ, ପ୍ରଗତି ଓ ବିକାଶ ପଥରୁ ବିଚ୍ୟୁତ ହେବ ।
ବାମପନ୍ଥୀମାନେ ବଙ୍ଗଳାରୁକ୍ଷମତାଚ୍ୟୁତହୋଇଛନ୍ତିଏବେକଂଗ୍ରେସସେମାନଙ୍କସହିତମିଶିଆପଣମାନଙ୍କୁଆହୁରି ଅସୁବିଧାରେ ପକାଇବାକୁଯାଉଛନ୍ତି । ତେଣୁଏମାନଙ୍କ ପ୍ରତିସାବଧାନ ରୁହନ୍ତୁ । ଯେକୈାଣସି ପ୍ରକାରହିଂସାତ୍ମକକ୍ରିୟାକଳାପରୁ ଦୂରେଇରହିବାକୁମୁସଲିମରାଷ୍ଟ୍ରୀୟ ମଞ୍ଚ ଦେଶରଜନସାଧାରଣତଥା ମୁସଲିମଭାଇଭଉଣୀମାନଙ୍କୁବିଶେଷ ନିବେଦନ କରୁଛି ।

Comments