ରାଷ୍ଟ୍ରୀୟ କଳା ମଂଚ ତରଫରୁ ପ୍ରତିଭା ସଙ୍ଗମ ଅନୁଷ୍ଠିତ



ଭୁବନେଶ୍ୱର, ୨୩ ଡିସେମ୍ବର ୨୦୧୯, ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ କାର୍ଯ୍ୟକ୍ରମ \"ପ୍ରତିଭା ସଙ୍ଗମ\" ଭୁବନେଶ୍ୱର ସ୍ଥିତ ଭଗବତ୍ ଗୀତାଜ୍ଞାନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଆମର କଳା, ସଂସ୍କୃତି, ଲୋକନୃତ୍ୟ, ଚିତ୍ରକଳାକୁ ବଜାୟ ରଖିବା ଏବଂ ବିଦ୍ୟାର୍ଥୀ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ରାଷ୍ଟ୍ରୀୟ କଳା ମଂଚ ତରଫରୁ କାର୍ଯ୍ୟ କରିଆସୁଛି । ଭାରତୀୟ କଳା ଯଥା: ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରକଳା, ସ୍ୱରଚିତ କବିତା ଆବୃତି ଆଦିରେ ରୁଚି ରଖୁଥିବା ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ  ୨୦୦ ଛାତ୍ରଛାତ୍ରୀ ମାନେ ପ୍ରତିଭା ପ୍ରଦର୍ଶନ କରିଥିଲେ ।

  ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଷ୍ଟ୍ରୀୟ କଳାମଂଚ ପ୍ରମୁଖ ଶ୍ରୀ ତନ୍ମୟ ଦାଶ ଭାରତୀୟ କଳା ସଂସ୍କୃତିର ଉତ୍ଥାନ ପାଇଁ  ଛାତ୍ରଛାତ୍ରୀ ମାନେ ଆଗେଇ ଆସିବା ଉଚିତ ବୋଲି କହିବା ସହ  ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ରାଷ୍ଟ୍ରୀୟ କଳାମଂଚ ଆଗକୁ ଆଣିବ । ଏହି କାର୍ଯ୍ୟକ୍ରମରେ କଳାମଂଚ ସଂଯୋଜକ ସୌମ୍ୟରଂଜନ ବଡ଼ପଣ୍ଡା, ଏବିଭିପି ରାଜ୍ୟ ସମ୍ପାଦକ ଶ୍ରୀମାନ ଶଶିକାନ୍ତ ମିଶ୍ର, ମହାନଗର ସଭାପତି ଡ଼. ସଞ୍ଜୟ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ରଂଗୋଲିରେ ପ୍ରଥମ ସ୍ଥାନ ପ୍ରିୟଙ୍କା ସାହାନି, ଦ୍ୱିତୀୟ ସ୍ଥାନ ସସ୍ମିତା ପ୍ରଧାନ, ତୃତୀୟ ସ୍ଥାନ ସୌମ୍ୟାଶ୍ରୀ ମିଶ୍ର, ଏକକ ନୃତ୍ୟରେ ପ୍ରଥମ ମୋହିତ ବିକ୍ରମ ଦାଶ, ଦ୍ୱିତୀୟ ଲକ୍ଷ୍ମୀପ୍ରିୟା ସାହୁ, ତୃତୀୟ ସୌମ୍ୟା ସୁରୟିତା, ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ଚନ୍ଦ୍ରମଣି ବେହେରା, ଦି୍ୱତୀୟ ଦୀକ୍ଷ୍ସା ଅଗ୍ରୱାଲ, ତୃତୀୟ ସୁଚିସ୍ମିତା ଘେରି, କବିତା ଆବୃତିରେ ପ୍ରଥମ ସ୍ଥାନ ସୌମ୍ୟାଶ୍ରୀ ମିଶ୍ର, ଦ୍ୱିତୀୟ ଆୟୁସ୍ମିତା ଧିର, ତୃତୀୟ ପ୍ରିୟକାନ୍ତ ସାହୁ, ଏକକ ଗୀତରେ ପ୍ରଥମ ସ୍ଥାନ ସୁଚିସ୍ମିତା ଘେରେଇ, ଦ୍ୱିତୀୟ ଜ୍ୟେତିରଂଜନ ରାଉତ, ତୃତୀୟ ମଧୁସୂଦନ ଦାଶ ଆଦି ଛାତ୍ରଛାତ୍ରମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।


Comments