ବାଲେଶ୍ୱର,୨୨ା୧୨: ବାଲେଶ୍ୱର ସହରର ମାଣିଖମ୍ବସ୍ଥିତ ସହରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଉପ- ଜିଲ୍ଲାପାଳ ନୀଲୁ ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ ସହିତ ଛାତ୍ରଛାତ୍ରୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ପୂର୍ଣ୍ଣ ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷାର ଭୂମିକା ସମ୍ପର୍କରେ ଆଲୋକପାତ ସହ କଠୋର ଅଧ୍ୟବସାୟ ସହ ଶିକ୍ଷାଗ୍ରହଣ ପୂର୍ବକ ସଫଳତା ହାସଲ ପାଇଁ ଛାତ୍ରଛାତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେ ।ବିଶ୍ୱହିନ୍ଦୁ ପରିଷଦର କୋଲକାତା କ୍ଷେତ୍ର ମନ୍ତ୍ରୀ ଗୌରୀ ପ୍ରସାଦ ରଥ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁମାନଙ୍କୁ ଯୋଗ୍ୟ ନାଗରିକ ଭାବେ ଗଢ଼ିବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ସଭାପତି ସୁଧାକର ପାଢ଼ୀ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ଶ୍ୟାମସୁନ୍ଦର ମିଶ୍ର ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ପୁରଜିତ୍ ମୁନି ବାର୍ଷିକ ବିବାଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ସାମୂହିକ ଭାବେ ବିଷ୍ଣୁ ସହସ୍ରନାମ ପାଠ କରିଥିଲେ । ପରେ ଛାତ୍ରଛାତ୍ରୀମାନେ ଯୋଗାସନ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟା ସୌନ୍ଦର୍ୟ୍ୟଲକ୍ଷ୍ମୀ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ଭଜନ ସଂଧ୍ୟା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ଭାଷାର ନାଟକ ମଞ୍ଚସ୍ଥ ହୋଇଥିଲା । ଛାତ୍ରଛାତ୍ରୀଙ୍କ ବହୁ ଅଭିଭାବକ ଏହି ଉତ୍ସବରେ ଉପସ୍ଥିତ ଥିଲେ । ସମସ୍ତ କାର୍ୟ୍ୟକୁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ପରିଚାଳନା କରିଥିଲେ ।

Comments
Post a Comment