ଭାରତୀୟ ମଜଦୁର ସଂଘର ବିକ୍ଷୋଭ



ବାଲେଶ୍ୱର,୨୪ ।୧୨: ବିଭିନ୍ନ ଦାବି ନେଇ ଶ୍ରମିକ ସଂଗଠନ ‘ଭାରତୀୟ ମଜଦୁର ସଂଘ’ (ବିଏମଏସ) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଗଠନର ରାଜ୍ୟ ଉପସଭାପତି ପୃଥ୍ୱୀରାଜ ପଣ୍ଡା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଭାଗ ସଂଚାଳକ ରଘୁନାଥ ପାତ୍ର, ସମାଜସେବୀ ଉପେନ୍ଦ୍ର ପାତ୍ର, ସ୍ୱଦେଶୀ ଜାଗରଣ ମଞ୍ଚର କେନ୍ଦ୍ରୀୟ କମିଟି ସଦସ୍ୟ ଭଗବାନ ଦାଶ ଖଣ୍ଡେଲୱାଲ, ମନୋଜ କୁମାର ପୋଦାର ପ୍ରମୁଖଙ୍କ ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କ ବଭିନ୍ନ ଜନମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଦୀର୍ଘ ବର୍ଷର ଶାସନକାଳ ମଧ୍ୟରେ ଓଡ଼ିଶାର ପ୍ରତିଟି ବର୍ଗର ଲୋକେ ଶୋଷଣର ଶିକାର ହୋଇ ଚାଲିଛନ୍ତି ବୋଲି ସେମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଜୟ ସାମଲ, ପଦ୍ମଭୂଷଣ ରାୟ, ଶକୁନ୍ତଳା ଗୋଚ୍ଛାୟତ, କଳ୍ପନା ଦାସ, କୁମମଣି ଦେଇ, ମନୋରମା ବେହେରା, ଅପର୍ଣ୍ଣା ପ୍ରଧାନ, ସରସ୍ୱତୀ ଖୁଣ୍ଟିଆ ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

Comments