ରାଜନଗର ସୁରକ୍ଷା ମଞ୍ଚ ପକ୍ଷରୁ ନାଗରିକ ସଂଶୋଧନ ଆଇନକୁ ସମର୍ଥନ କରି ଶୋଭାଯାତ୍ରା




ରାଜନଗର,୨୩ା୧୨  ; ରାଜନଗର ବ୍ଲକରେ ରାଜନଗର ସୁରକ୍ଷା ମଂଚ ଆନୁକୂଲ୍ୟରେ ନାଗରିକ ସଂଶୋଧନ ଆଇନକୁ ସମର୍ଥନ କରି ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଆବାହକ ରାଜୀବଲୋଚନ ନାୟକଙ୍କ ନେତୃତ୍ୱରେ ଦଧିବାମନଜୀୟୁ ମନ୍ଦିର ନିକଟରୁ ବାହାରି ରାଜନଗର ବଜାର ମଧ୍ୟକୁ ଆସୁଥିଲା । ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ରାଜନଗର ପୋଲିସ ସେମାନଙ୍କୁ ଅଟକାଇଥିଲା । ଏସଡିପିଓ ରଂଜନ ଦେ, ଆଇଆଇସି ତପନକୁମାର ନାୟକ ଓ କର୍ମଚାରୀଙ୍କ ସହ ଗୋଟିଏ ପ୍ଲାର୍ଟୁନ ଫୋର୍ସ ସୁରକ୍ଷା ମଂଚର ଏହି ଶୋଭାଯାତ୍ରକୁ ଅଟକାଇଥିଲା । ତହସିଲଦାର ଦିବ୍ୟୋନ୍ଦୁ ଦାସ ପହଂଚି ସେଠାରୁ ଦାବୀପତ୍ର ଗ୍ରହଣ କରିଥିଲେ । ଏହି ଶୋଭାଯାତ୍ରାରେ ଶିବପ୍ରସାଦ ମହାପାତ୍ର, କ୍ରିଷ୍ଣା ବେହେରା, ସଂଜୟ ବାଗ, ମନୋରଂଜନ ମିଶ୍ର, ବୈଲୋଚନ ଦାସ, ସରୋଜ ରାଉତ, ନୟନାନନ୍ଦ ବେହେରା, ଧିରେନ ବିଶ୍ୱାଳ, ଦିଲ୍ଲୀପ ରାଉତ, ସୁନାକର ରାଉତ, ରଜନୀକାନ୍ତ ସାମଲ, ରବିନ୍ଦ୍ର ସେଠୀ, ଆଲୋକ ସେଠୀ, ନିରଂଜନ ରାଉତ, ସୁରେଶ ସେଠୀଙ୍କ ସହ ଶତାଧିକ ଲୋକ ସାମିଲ ହୋଇଥିଲେ ।

Comments