ସିଏଏ ଓ ଏନ୍ଆର୍ସି ସପକ୍ଷରେ ଶୋଭାଯାତ୍ରା


ପୁରୀ, ୨୭ ।୧୨  : ଧାରା ୩୭୦ ଉଚ୍ଛେଦ ସିଏଏ ଓ ଏନଆରସିକୁ ସ୍ୱାଗତ ଓ ସମର୍ଥନ କରି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଏକ ସଚେତନ ଶୋଭାଯାତ୍ରା ମାର୍କେଟ ଛକରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲାବେଳେ ଗୁଣ୍ଡିଚା ମନ୍ଦିର ନିକଟରେ ଏକ ସଚେତନତା ସଭା କରାଯାଇ ଉକ୍ତ ଆଇନ ସଂପର୍କରେ ବୁଝାଯାଇଥିଲା  । ଏଥିରେ କର୍ମକର୍ତ୍ତା ନାରାୟଣ ଦାଶ, ଜିଲ୍ଲା ସଂଯୋଜକ ଶ୍ରୀ ମହାନ୍ତି ଓ ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତଥିଲେ  । ସହତ୍ସାଧିକ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ତଥା ସାଧାରଣ ଲୋକେ ଯୋଗଦେଇଥିଲେ  ।

Comments