ଏବିଭିଆରଆଇ ତରଫରୁ ନାଗରିକତା ସଂଶୋଧନ ଆଇନ-୨୦୧୯ ଶୀର୍ଷକ ଆଲୋଚନା ଚକ୍ର ଡିସେମ୍ବର ୨୫ରେ


ଭୁବନେଶ୍ୱର,୨୩/୧୨: ଆସନ୍ତା ଡିସେମ୍ବର ୨୫ ତାରିଖ ଦିନ ଅଟଳ ବିହାରୀ ବାଜପାୟୀ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ (ଏବିଭିଆରଆଇ) ତରଫରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅଟଳ ବିହାରୀ ବାଜପାୟୀଙ୍କ ଜନ୍ମ ଜୟନ୍ତୀ ପାଳନ ସହ ଏକ ମନ୍ଥନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଅଟଳଜୀଙ୍କ ଜୀବନ ଆଦର୍ଶ ଉପରେ ଆଲୋଚନା ପୂର୍ବକ ଏବର୍ଷ ନୂତନକରି ମନ୍ଥନ କାର୍ଯ୍ୟକ୍ରମର ଯୋଜନା କରାଯାଇଛି । ବର୍ତ୍ତମାନ ସେଥିରେ ନାଗରିକତା ସଂଶୋଧନ ଆଇନର ତର୍ଜ୍ଜମା ସହ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ସମଗ୍ର ଦେଶରେ ଏହାର ସମର୍ଥନ ଓ ବିରୋଧ ସହ ଅନେକ ଶୋଭାଯାତ୍ରା, ଜଳାପୋଡା ଓ ହିଂସା ଚାଲିଥିବା ବେଳେ ସାଧାରଣ ନାଗରୀକ ଏ ବିଷୟରେ ଅଜ୍ଞ । ସାଧାରଣ ନାଗରିକର ବୌଦ୍ଧିକ ସ୍ତରକୁ ବିଚାର କରି ମନ୍ଥନ କାର୍ଯ୍ୟକ୍ରମ ମାଧ୍ୟମରେ ଏବିଭିଆରଆଇର ଏହା ଏକ ପ୍ରଚେଷ୍ଠା । ମନ୍ଥନ କାର୍ଯ୍ୟକ୍ରମ ଜୟନ୍ତୀ କାର୍ଯ୍ୟକ୍ରମ ପୂର୍ବରୁ ଅପରାହ୍ନ ୪.୩୦ ମିନିଟ ସମୟରେ ଆରମ୍ଭ ହେବ । ସମ୍ବିଧାନ, ଆଇନ ଓ ସମ୍ବାଦ ବିଶେଷଜ୍ଞମାନେ ଉପସ୍ଥିତ ରହି ସାଧାରଣ ଜନତାଙ୍କ ପ୍ରଶ୍ନର ଉତ୍ତର ଦେବେ । ମନ୍ଥନ କାର୍ଯ୍ୟକ୍ରମ ପରେ ଜୟନ୍ତୀ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ କୂଳପତି ଡ. ବିମଳେନ୍ଦୁ ମହାନ୍ତି ଓ ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଉପସ୍ଥିତ ରହିବେ ବୋଲି ସଂଗଠନର ସଭାପତି ଇଂ ସୁଧାକର ପତ୍ରୀ ପ୍ରକାଶ କରିଛନ୍ତି । 

Comments