ନୂଆଦିଲ୍ଲୀ : ସମଗ୍ର ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବିରୋଧୀ କଂଗ୍ରେସ ସମେତ ଟିଏମ୍ସି, ଟିଡିପି, ପିଡିପି, ସପା, ଏଆଇଏମ୍ଆଇଏମ୍ ଏବଂ ଡିଏମ୍କେ ଆଦି ବିରୋଧୀ ଦଳଗୁଡ଼ିକ ଦେଶବାସୀଙ୍କୁ ଭ୍ରମିତ କରିବାକୁ ଭୁଲ୍ ତଥ୍ୟ ଉପସ୍ଥାପନ କରି ଏହାର ପ୍ରତିବାଦ କରିବାକୁ ସେମାନଙ୍କୁ ଟିହାଇବା ସହ ଦେଶରେ ଦଙ୍ଗା, ହିଂସା, ପୋଡ଼ାଜଳା ଆଦି କରିବାକୁ ଉସ୍କାଉଛନ୍ତି । ଫଳତଃ ଗତ ଡିସେମ୍ବର ୫ ତାରିଖରୁ ଏଯାବତ ଦେଶର ବିଭିନ୍ନ ରାଜ୍ୟରେ ସିଏଏ ବିରୋଧୀ ଉଗ୍ର ପ୍ରଦର୍ଶନ ଜାରି ରହିବା ସହ ଉପଦ୍ରବକାରୀମାନେ ହିଂସାକାଣ୍ଡ ଭିଆଇ ଦେଶର କୋଟି କୋଟି ଟଙ୍କାର ସାର୍ବଜନୀନ ସମ୍ପତ୍ତିକୁ ପୋଡ଼ିଜାଳି ଧ୍ୱଂସ କରିଦେଇଛନ୍ତି । ତେବେ ସିଏଏ କ’ଣ ସେ ସଂକ୍ରାନ୍ତରେ ଦେଶବାସୀଙ୍କୁ ବୁଝାଇବା ଲାଗି ସୋମବାର ଠାରୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ସଚେତନତା ଆରମ୍ଭ କରିଛନ୍ତି୰ ଇଣ୍ଡିଆ ସପୋର୍ଟ ସିଏଏ ଜରିଆରେପ୍ରଧାନମନ୍ତ୍ରୀ ମୋଦି ସୋସାଲ ମିଡିଆରେ ଟ୍ୱିଟ୍ କରି ସିଏଏର ପ୍ରକୃତ ଉଦ୍ଦେଶ୍ୟସମ୍ପର୍କରେ ଦେଶବାସୀଙ୍କୁ ବୁଝାଇଛନ୍ତି । ଏଥିରେ ଉଲ୍ଳେଖ ରହିଛି ଯେ, ଭାରତସିଏଏକୁ ସମର୍ଥନ କରେ । କାରଣ ଏଥିରେ ଭାରତରେ ବସବାସ କରୁଥିବାଶରଣାର୍ଥୀଙ୍କୁ ସ୍ଥାୟୀ ନାଗରିକତ୍ୱ ପ୍ରଦାନ କରିବା ପାଇଁ ବ୍ୟବସ୍ଥା ରହିଛି, କାହାଠାରୁ ତାଙ୍କର ନାଗରିକତା ଛଡ଼ାଇନେବା ପାଇଁ ନୁହେଁ । ଲୋକେ ସେମାନଙ୍କସ୍ମାର୍ଟ ଫୋନ୍ରେ ନମୋ ଆପ୍କୁ ଡାଉନଲୋଡ କଲେ ସେଥିରେ ସିଏଏ ସମ୍ପର୍କିତଅନେକ ତଥ୍ୟ, ଦସ୍ତାବିଜ, ଭିଡିଓ ଏବଂ କଣ୍ଟେଣ୍ଟକୁ ଦେଖି ସିଏଏର ପ୍ରକୃତଉଦ୍ଦେଶ୍ୟ ସମ୍ପର୍କରେ ଭଲ ଭାବେ ବୁଝିପାରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦିଟ୍ୱିଟ୍ର ଜରିଆରେ କହିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସିଏଏକୁ ବିରୋଧ କରି ଉଗ୍ର ପ୍ରଦର୍ଶନ କରିବା ସହ ବ୍ୟାପକ ପୋଡ଼ାଜଳା ଓ ହିଂସାକାଣ୍ଡ ଭିଆଉଥିବା ଉପଦ୍ରବକାରୀମାନଙ୍କୁ ଏଥିରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି । ସିଏଏ ବିରୋଧରେ ପ୍ରଦର୍ଶନ ସମୟରେ ଯେଉଁ ଉପଦ୍ରବକାରୀମାନେ ସାର୍ବଜନୀନ ସମ୍ପତ୍ତିକୁ ପୋଡ଼ିଜାଳି ଛାରଖାର କରିଦେଲେ ତାହା କ’ଣ ପରେ କେବେବି ସେମାନଙ୍କ କାମରେ ଲାଗିପାରିନଥାନ୍ତା ବୋଲି ପ୍ରଧାନମନ୍ତ୍ରୀ ମୋଦି ଦଙ୍ଗାକାରୀଙ୍କୁ ପ୍ରଶ୍ନ କରିଛନ୍ତି । ଏଣୁ ବିରୋଧୀଙ୍କ ଦ୍ୱାରା ପ୍ରଚାରିତ ଗୁଜବକୁ ବିଶ୍ୱାସ କରି ଅସଲ କଥା ନଜାଣି ସିଏଏ ବିରୋଧରେ ହିଂସାକାଣ୍ଡ ଓ ପୋଡ଼ାଜଳା କରି ରାଷ୍ଟ୍ରୀୟ ସମ୍ପତ୍ତିକୁ କ୍ଷୟକ୍ଷତି କରିବା ଦ୍ୱାରା ଉପଦ୍ରବକାରୀମାନେ ିନିଜର ହିଁ କ୍ଷତି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି ଚେତାଇ ଦେଇଛନ୍ତି । ତେବେ ଅନ୍ୟର ପ୍ରରୋଚନାରେ ହିଂସାକାଣ୍ଡ ଓ ଭଙ୍ଗାରୁଜା କରୁଥିବା ଉପଦ୍ରବକାରୀମାନେ ତାଙ୍କର ଏହି ରାସ୍ତା ଯେ କେତେଦୂର ଠିକ୍ ତାହାର ଆତ୍ମସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଏଥିସହିତ ସିଏଏକୁ ସମର୍ଥନ କରି ମୋଦି ତାଙ୍କ ଟ୍ୱିଟରରେ ଦର୍ଶାଇଛନ୍ତି ଯେ, ଆମେ କେବଳ ସେହି ଲୋକମାନଙ୍କୁ ସିଏଏ ଜରିଆରେ ନାଗରିକତା ପ୍ରଦାନ କରିବାକୁ ଯାଉଛୁ ଯେଉଁମାନେ ଦୀର୍ଘଧରି ନିଜର ଭିଟାମାଟି ଛାଡ଼ି ପ୍ରାଣବିକଳରେ ଭାରତରେ ଆସି ଶରଣ ନେଇଛନ୍ତି । ଏହା ନିଶ୍ଚୟ ଏକ ଜଟିଳ ବ୍ୟାପାର । କିନ୍ତୁ ଆମର ସଂକଳ୍ପଦୃଢ଼ ଅଟେ ଏବଂ ଆମେ ସଫଳତାପୂର୍ବକ ଏହି ଆହ୍ୱାନର ମୁକାବିଲା କରିପାରିଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଟ୍ୱିଟରରେ ଦର୍ଶାଇଛନ୍ତି । ଏହି ମର୍ମରେ ମୋଦି ଆହୁରି କହିଛନ୍ତି ଯେ, ଦେଶର ପ୍ରତ୍ୟେକ ନାଗରିକଙ୍କ ଅଧିକରୁ ଅ ଧିକ ସ ।ର୍ବଜନୀନ ସୁବିଧା ପାଇବାର ଅଧିକାର ରହିଛି । କିନ୍ତୁ ନାଗରିକତା ପାଇବା ପରେ ତା’ ପ୍ରତି ଥିବା ସମ୍ବିଧାନ ପ୍ରଦତ୍ତ ଦାୟିତ୍ୱକୁ ନିର୍ବାହ କରିବା ମଧ୍ୟ ପ୍ରତଟି ନାଗରିକର କର୍ତ୍ତବ୍ୟ ଅଟେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

Comments
Post a Comment