ବାଲେଶ୍ୱର,: ସମ୍ବାଦ ସଂଗ୍ରହ ବେଳେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ଭୁବନେଶ୍ୱରର ଏସପ୍ଲାନେଡ୍ ସପିଙ୍ଗ୍ ମଲ କର୍ମଚାରୀ ମାଡ଼ମାରିବା ଘଟଣାକୁ ତୀବ୍ର ନିନ୍ଦା କରିଛି ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ “ଏବିଭିପି” । ଏହି ପରିପ୍ରେକ୍ଷୀରେ ଏବିଭିପିର କର୍ମକର୍ତ୍ତା ଓ ସଦସ୍ୟମାନେ ବାଲେଶ୍ୱର ସହରର ସିନେମାଛକସ୍ଥିତ ଶହୀଦପାର୍କଠାରେ ବିକ୍ଷୋଭ ପ୍ରଦର୍ଶନ ସହ ମାଡ଼ ମାରିଥିବା କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏସପ୍ଲାନେଡ୍ ସପିଙ୍ଗ୍ ମଲକୁ ଆସୁଥିବା ବ୍ୟକ୍ତିଙ୍କ ଯାନବାହନରୁ ବେଆଇନ୍ ଭାବେ ପାର୍କିଂ ଫି ଆଦାୟ ହେଉଥିବା ଅଭିଯୋଗକୁ ନେଇ ଖବର ସଂଗ୍ରହ ପାଇଁ ଗତ ଶନିବାର ସଂଧ୍ୟାରେ ଭୁବନେଶ୍ୱରର ସାମ୍ବାଦିକା ସ୍ୱାତି ଜେନା ଘଟଣାସ୍ଥଳକୁ ଯାଇଥିଲେ । ମାତ୍ର ବେଆଇନ୍ ଚାନ୍ଦା ଆଦାୟ ଘଟଣାର ସମ୍ବାଦ ପ୍ରକାଶକୁ ବିରୋଧ କରି ଏସପ୍ଲାନେଡ୍ ସପିଙ୍ଗ୍ ମଲର କର୍ମଚାରୀମାନେ ତାଙ୍କୁ ଓ ତାଙ୍କ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କୁ ଗୋଟଏ ଘରେ ପୂରାଇ ମଲ କର୍ମଚାରୀମାନେ ନିସ୍ତୁକ ମାଡ଼ ମାରିଥିଲେ । ଏମିତିକି ତାଙ୍କ କ୍ୟାମେରା ଭାଙ୍ଗ ଦେଇଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ହେବା ପରେ ବି ଅଦ୍ୟାବଧି କୌଣସି ଅଭିଯୁକ୍ତଙ୍କୁ ଗିରଫ କରା ନ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଏବିଭିପିର କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ସାମ୍ବାଦିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ପାଇଁ ଏବିଭିପି ପକ୍ଷରୁ ଦାବି ହୋଇଛି । ଏବିଭିପିର ନଗର ସମ୍ପାଦକ ରୋହିତ କୁମାର ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ସଂଯୋଜକ ରଜତ କୁମାର ପାତ୍ର, ବ୍ଲକ ସଂଯୋଜକ ସାଇପ୍ରିତମ ସେନାପତି, ଅସୀମ ରଂଜନ ଖୁଣ୍ଟିଆ, ମହେନ୍ଦ୍ର ପ୍ରତାପ ଜେନା, ପ୍ରଭାତ ରଂଜନ ପରିଡ଼ା, ସତ୍ୟବ୍ରତ ମାଝୀ, ଗୌତମ କୁମାର ଜେନା, ଗିରିଜା ଶଙ୍କର ମହାଳିକ, ସଂଜୟ ପ୍ରଧାନ, ବବିତା ବେହେରା, ଶତାବ୍ଦୀ ଦତ୍ତ, ଲକ୍ଷ୍ମୀନାରାୟଣ ନାୟକ, ସୌଭାଗ୍ୟ ମହାନ୍ତି, ସୁବ୍ରତ କୁମାର ମାଝୀ, ଜ୍ୟୋତିଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments
Post a Comment