ନୂଆଦିଲ୍ଲୀ : ଭାରତ ସର୍ବଦା ଦେଶରେ ଥିବା ସଂଖ୍ୟାଲଘୁଙ୍କୁ ସୁରକ୍ଷା ଓ ସମାନ ନାଗରିକତ୍ୱ ଅଧୀକାର ଦେଇଆସିଛି । ଏଠାରେ ରହୁଥିବା ସଂଖ୍ୟାଲଘୁଙ୍କ ପ୍ରତି କେବେ ବି ପାତର ଅନ୍ତର କରାଯାଇନି । ଏଠାରେ ସମସ୍ତଙ୍କୁ ସ୍ୱାଧୀନ ମତପୋଷଣ କରିବାକୁ ସମ୍ବିଧାନ ଅଧିକାର ଦେଇଛନ୍ତି । ଏଠାରେ ସଂଖ୍ୟାଲଘୁ ମାନେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀିଙ୍କୁ ସମାଲୋଚନା କରିପାରୁଛନ୍ତି ଯାହାକି ପାକିସ୍ତାନରେ ଆଦୌ ସମ୍ଭବପର ନୁହେଁ । ସେଠାରେ ସଂଖ୍ୟାଲଘୁଙ୍କ ଅବସ୍ଥା କୌଣସି ପଶୁ ଠାରୁ ବି ହୀନ ଅଟେ । ନା ସେମାନଙ୍କ କୌଣସି ସାମ୍ବିଧାନିକ ଅଧିକାର ରହିଛି ନା ସମ୍ମାନ । ପାକିସ୍ତାନରେ ଯଦି କୌଣସି ସଂଖ୍ୟାଲଘୁ ନିଜର ନାର୍ଯ୍ୟ ଅଧିକାର ପାଇଁ ଦାବି କରେ ତା’ହେଲେ ପାକ୍ ସେନା ବା ପୁଲିସ ତାକୁ ଗିରଫ କରିବା ବା ମାରିଦେଉଥିବାର ବହୁ ନଜିର ସାମ୍ନାକୁ ଆସିସାରିଲାଣି । ଏଣୁ ସଂଖ୍ୟାଲଘୁଙ୍କ ପାଇଁ ଭାରତ ସ୍ୱର୍ଗ ପାଲଟିଥିଲାବେଳେ ପାକିସ୍ତାନ ସେମାନଙ୍କ ପାଇଁ ଏବେ ନର୍କ ପାଲଟିଛି । ଭାରତରେ ସଂଖ୍ୟାଲଘୁମାନେ ସର୍ବଦା ନିରାପଦ ଓ ସୁରକ୍ଷିତ ଥିବାରୁ କୌଣସି ମୁସଲିମ୍ ସିଏଏ ଯୋଗୁ ଅସୁରକ୍ଷିତ ମନେ କରି ପାକିସ୍ତାନର ନାଗରିକତ୍ୱ ପାଇଁ ଆବେଦନ କରିନାହାନ୍ତି । ଅପରପକ୍ଷେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ଉତପୀଡ଼ନ ସହିନପାରି ଲକ୍ଷ ଲକ୍ଷ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ନିଜର ଭିଟାମାଟି ଛାଡ଼ି ଭାରତରେ ଶରଣ ନେଇଛନ୍ତି ।

Comments
Post a Comment