କଟକ, ୧୫/୧୨ : ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ସ୍ୱର୍ଗତ ଦତ୍ତୋପନ୍ତ ଠେଙ୍ଗଡୀଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଶତାବ୍ଦୀ ଭବନରେ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ସଭାପତି ଗୈାରାଙ୍ଗ ଚରଣ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାରୋହ ସମିତିର ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ଅନୂପ କୁମାର ବୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ମାନଙ୍କ ନ୍ୟାୟ ପାଇଁ ଠେଙ୍ଗଡୀଜୀ ଦେଶ ବିଦେଶରେ କରିଥିବା ଆନ୍ଦୋଳନ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ଶ୍ରମିକ ନେତା ବିଏମଏସର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ମିଶ୍ର ଯୋଗଦେଇ ଠେଙ୍ଗଡୀଜୀଙ୍କ ପରି ଆଦର୍ଶ ଶ୍ରମିକ ନେତା ବିଶ୍ୱରେ ବିରଳ ବୋଲି କହିଥିଲେ । ଠେଙ୍ଗଡୀଜୀ ସବୁ ବର୍ଗର ଶ୍ରମିକମାନଙ୍କ ପାଇଁ ଆଦର୍ଶ ଓ ତାଙ୍କରି ଉଦ୍ୟମରେ ଭାରତୀୟ ମଜଦୁର ସଂଘ ଜାତୀୟ ସ୍ତରରେ ସର୍ବବୃହତ ଶ୍ରମିକ ସଂଗଠନ ଭାବେ ବିବେଚିତ ହୋଇପାରିଛି ଏବଂ ଦେଶ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବାରୁ ଶ୍ରମିକମାନେ ଶୃଙ୍ଖଳିତ ଓ ସଂଗଠିତ ହୋଇ ଏହାର ମୁକାବିଲା କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ବିଏମଏସ ରାଜ୍ୟ ଅଣ ସଂଗଠିତ କ୍ଷେତ୍ର ପ୍ରମୁଖ ବସନ୍ତ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସଂପାଦକ ଭାଗିରଥି ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments
Post a Comment