ବନବାସୀ କଲ୍ୟାଣ ଆଶ୍ରମର ବାର୍ଷିକ ଉତ୍ସବ ଏବଂ ସୀମାଦ୍ରୀ ମିଶ୍ର ଜନଜାତି ଛାତ୍ରାବାସର ବାର୍ଷିକ ଉତ୍ସବ ଗତ ୨୬ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି । ୧୯୫୨ ମସିହା ଡିସେମ୍ବର ୨୬ ତାରିଖରେ ବନଯୋଗୀ ବାଲା ସାହେବ ଦେଶପାଣ୍ଡେଙ୍କ ଦ୍ୱାରା ପ୍ରାରମ୍ଭ କରାଯାଇଥିବା ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ତାର କାର୍ଯ୍ୟ ଆଜି ସାରା ଦେଶର ସମସ୍ତ ଜନଜାତି ଅଂଚଳରେ କୋଡିଏ ହଜାରରୁ ଉଦ୍ଧ୍ୱର୍ ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟ କରି ଚାଲିଛି । ଏହି ପ୍ରତିଷ୍ଠା ଦିବସ ଅବସରେ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜନଜାତି ସମାଜ ପ୍ରତି ପ୍ରତ୍ୟେକ ସମ୍ପନ୍ନ ଓ ସଚେତନ ନାଗରିକ ତଥା ସରକାର ନିଜର କର୍ତ୍ତବ୍ୟକୁ ଠିକ୍ ଠାକ୍ ପାଳନ କରିବାକୁ ଆହ୍ୱାନ ଦେଇଥିଲେ ।
ସୁନାମଧନ୍ୟ ଚଳଚିତ୍ର ଅଭିନେତା ଶ୍ରୀ ଅଶ୍ରୁମୋଚନ ମହାନ୍ତିି ସମ୍ମାନୀତ ଅତିଥିରୂପେ ଯୋଗଦେଇ ଛାତ୍ରାବାସର ବାଳକମାନେ ନିଜର ପ୍ରତିଭାର ବିକାଶ ପାଇଁ ନିରନ୍ତର ଉଦ୍ୟମ ଜାରି ରଖିବାକୁ ଆଗ୍ରହ ପ୍ରକାଶ କରିଥିଲେ ।
ରାଷ୍ଟ୍ରୀୟ ସ୍ୱଂୟ୍ସବେକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାରକ ଶ୍ରୀ ବିପିନ ପ୍ରସାଦ ନନ୍ଦ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଜନଜାତି ସମାଜର ସମାଜ ନିର୍ମାଣ ଓ ସୁରକ୍ଷା ପ୍ରଦାନ ସଂପର୍କରେ ଆଲୋକପାତ କରିବା ସହିତ କଲ୍ୟାଣ ଆଶ୍ରମ କାର୍ଯ୍ୟରେ ସମସ୍ତଙ୍କର ସହଯୋଗର ହାତ ଲାଗୁ ବୋଲି ଆଗ୍ରହ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବରେ ଭୁବନେଶ୍ୱରର ଯୁବ ଆଇନଜିବୀ କରୁଣାକର ପାତ୍ର ସରଳ ଜନଜାତି କିପରି ବିସ୍ଥାପନର ଶିକାର ହୋଇଛନ୍ତି ତାହା ଉପସ୍ଥାପନ କରିଥିଲେ ।
ବନବାସୀ କଲ୍ୟାଣ ଆଶ୍ରମର ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଇଂ ଜଗଦୀଶ ପ୍ରସାଦ ମିଶ୍ର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଡ. ଲକ୍ଷ୍ମୀକାନ୍ତ ଦାଶ ମଂଚ ପରିଚାଳନା କରିିଥିଲେ ଏବଂ ଶ୍ରୀ ଭରତ କାମିଲା ବାର୍ଷିକ ବିବରଣୀ ପାଠ କରିଥିଲେ । ଆନ୍ତର୍ଜାତିକ ଖେଳାଳୀ ଶ୍ରୀ ସୁରେନ୍ଦ୍ର ଜେନା, ବୁଦ୍ଧିରାମ ସିଂହ, ବଦ୍ୟନାଥ ସାହୁ, କ୍ଷେତ୍ର ସଂଗଠନ ମନ୍ତ୍ରୀ ବିଜୟ କୁମାର ମହାନ୍ତି, ପ୍ରାନ୍ତ କୋଷାଧ୍ୟକ୍ଷ ଶ୍ରୀ ପ୍ରକାଶ ବେତାଲା, ଚନ୍ଦ୍ରକାନ୍ତ ନାଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରୀ ବିରେନ୍ଦ୍ର ବେତାଲା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଜନଜାତିଙ୍କ ବାକାଶ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟରେ ବିଶେଷ ସହଯୋଗ କରିଥିବା ସମାଜର ପ୍ରତିଷ୍ଠିତ କିଛି ବ୍ୟିକ୍ତି ଓ ଅନୁଷ୍ଠାନକୁ ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ସମ୍ମାନୀତ କରାଯାଇଥିଲା । ଭୁବନେଶ୍ୱର ଲକ୍ଷ୍ମୀସାଗର ବସ୍ତିର ଭାଇ ଭଉଣୀମାନଙ୍କ ଦ୍ୱାରା ଦଶାବତାର ନୃତ୍ୟ ସହିତ ଛାତ୍ରାବାସର ଅନ୍ତେବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ଜନଜାତି ଲୋକନୃତ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା ।
Comments
Post a Comment