ଟାଇମ୍ସ ସ୍କୋୟାରରେ ସିଏଏକୁ ସମର୍ଥନ


ୱାଶିଂଟନ,  : ଭାରତରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ରାଜନୀତି ସରଗରମ ହୋଇଥିଲାବେଳେ ଏହାର ସମର୍ଥନ ସୁଦୂର ଆମେରିକାରେ ଦେଖିବାକୁ ମିଳିଛି  । ଆମେରିକାର ଟାଇମ୍ସ ସ୍କୋୟାରରେ ପ୍ରବାସୀ ଭାରତୀୟମାନେ ସିଏଏକୁ ସମର୍ଥନ କରି ଏକ ବିଶାଳ ର‌୍ୟାଲି ବାହାର କରିଥିଲେ  । ସେମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନରମାନ ଧରିଥିଲେ ଯେଉଁଥିରେ ସିଏଏ ସପକ୍ଷରେ ଲେଖାଯାଇଥିବା ଉକ୍ତିକୁ ଦର୍ଶାଯାଇଥିଲା  । ଏଥିସହିତ ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁଙ୍କ ଉପରେ ସେଠାରେ କିଭଳି ଭାବେ ଧର୍ମ ଆଧାରରେ ନିର୍ଯାତନା କରାଯାଉଛି ତାହାକୁ ମଧ୍ୟ ପ୍ରଦର୍ଶନକାରୀମାନେ କଡ଼ା ବିରୋଧ କରିଥିଲେ  । ସେପଟେ ପାକିସ୍ତାନ ଏହି ସିଏଏ ଓ ଏନ୍ଆର୍ସି ପ୍ରସଙ୍ଗକୁ ଆନ୍ତଜାତୀୟ ପ୍ରସଙ୍ଗର ରୂପ ଦେବାକୁ ପ୍ରୟାସ ଜାରି ରଖିଛି  । ସେ ଏହି ଦ୍ୱିପ୍ରସଙ୍ଗକୁ ଦୁବାଇ ଠାରେ ଆୟୋଜିତ ଇସଲାମିକ ସହଯୋଗୀ ସଂଗଠନ (ଓଆଇସି)ର ବୈଠକରେ ଉତ୍ଥାପନ କରିବାକୁ ଚେଷ୍ଟା କରୁଛି  । ଭାରତରେ ବସବାସ କରୁଥିବା ମୁସଲିମଙ୍କ ଠାରୁ ସେଠାକାର ମୋଦି ସରକାର ସିଏଏ ଓ ଏନ୍ଆର୍ସି ଜରିଆରେ ସେମାନଙ୍କ ନାଗରିକତ୍ୱ ଛଡ଼ାଇ ନେବାକୁ ଚାହୁଁଛି ବୋଲି ଗୁଜବ ପ୍ରଚାର କରୁଛି  । ତେବେ ଭଭୟ ସିଏଏ ଓ ଏନ୍ଆର୍ସି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିବାରୁ ପାକିସ୍ତାନକୁ ଓଆଇସିରେ ସମର୍ଥନ ମିଳିବାର ଆଶା ଯଥେଷ୍ଟ କମ୍ ଅଟେ  ।

Comments