ଆର୍ଏସ୍ଏସ୍ର ରୁଟ୍ ମାର୍ଚ୍ଚ ଉପରେ ଆକ୍ରମଣ, ୧୫ ସଂଘକର୍ମୀ ଆହତ


ଥିରୁବନନ୍ତପୁରମ୍, ୨୮/୧୨  : କେରଳର କାସରଗୋଡ କ୍ଷେତ୍ରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ରୁଟ୍ ମାର୍ଚ୍ଚ ବା ପଂକ୍ତି ର‌୍ୟାଲି ସମୟରେ କ୍ଷମତାସୀନ ସିପିଏମ୍ କର୍ମୀ ଏବଂ ଡିୱାଇଏମ୍ଏଫ୍ର କର୍ମୀମାନେ ଆକ୍ରମଣ କରିବାରୁ ୧୫ ଜଣ ଆର୍ଏସ୍ଏସ୍କର୍ମୀ ଗୁରୁତର ଆହତ ହୋଇଛନ୍ତି  । ଘଟଣାରୁ ପ୍ରକାଶ ଯେ, କାସରଗୋଡ଼ ଅଞ୍ଚଳରେ ଶୁକ୍ରବାର ଆର୍ଏସ୍ଏସ୍ର ରୁଟ୍ମାର୍ଚ୍ଚ ହେଉଥିଲା  । ଏହି ରୁଟ୍ମାର୍ଚ୍ଚ କସରଗୋଡ଼ ବସ୍ଷ୍ଟାଣ୍ଡ ଆଡ଼କୁ ଯାଉଥିଲାବେଳେ ସେମାନଙ୍କୁ ସିପିଆଇଏମ୍ ଏବଂ ଡିୱାଇଏମ୍ଏଫ୍ର କର୍ମୀମାନେ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ଧସ୍ତାଧସ୍ତି ଓ ପରେ ଏହା ସଂଘର୍ଷର ରୂପ ନେଇଥିଲା  । ସିପିଆଇଏମ୍ର କ କର୍ମୀମାନେ ଆରଏସ୍ଏସ୍ ସଦସ୍ୟଙ୍କ ଉପରକୁ ପ୍ରବଳ ଟେକାପଥର ଓ ବୋତଲ ମାଡ଼ କରିଥିଲେ  । ଏଥିରେ ୧୫ ଜଣ ଆରଏସ୍ଏସ୍ କର୍ମୀଙ୍କ ସମେତ ୪ ପୁଲିସକର୍ମୀ ଓ ୩ ଜଣ ସିପିଆଇକର୍ମୀ ଆହତ ହୋଇଛନ୍ତି  । ଶେଷରେ ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇବା ଲାଗି ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା  ।

Comments