ବର୍ଷକ ମଧ୍ୟରେ ସୀମାରେ ୬୦ ହଜାର କିମି ରାସ୍ତା ତିଆରି କରିଛି ବିଆର୍ ଓ



ନୂଆଦିଲ୍ଲୀ,  : ସୀମା ସଡ଼କ ସଂଗଠନ (ବିଆର୍ ଓ) ଯେପରି ସହଜ ଓ ସୁବିଧାରେ ସୈନ୍ୟ ସଞ୍ଚାଳନ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ୨୦୧୯ରେ ସମଗ୍ର ଦେଶରେ ୬୦ ହଜାର କି.ମି. ରାସ୍ତା ନିର୍ମାଣ କରିପାରିଛି  । ଏଥିରେ ଲଦାଖର ଚୀନ ସୀମା ସଂଲଗ୍ନ ଡୋକଲାମ ସଡ଼କ ଯୋଜନା ମଧ୍ୟ ସାମିଲ ଅଛି  । ଫଳରେ ପୂର୍ବେ ଡୋକଲାମକୁ ପହଞ୍ôଚବାକୁ ସେନାକୁ ୭ ଘଣ୍ଟା ସମୟ ଲାଗୁଥିଲାବେଳେ ଏବେ ବିଆର୍ଓ ଦ୍ୱାରା ନିର୍ମିତ ନୂତନ ସଡ଼କ ହେତୁ ମାତ୍ର କେତେ ମିନିଟ୍ରେ ସେନା ସେଠାରେ ପହଞ୍ôଚପାରିଛି  । ପ୍ରାପ୍ତ ସୂଚନାନୁଯାୟୀ, ଚଳିତ ବର୍ଷ ବିଆର୍ଓ ଏଯାବତ୍ ୧,୧୨୩.୪୬ କି.ମି.ରାସ୍ତା ନିର୍ମାଣ କରିବା ସହ ୨,୦୯୯.୫୮ କି.ମି. ରାସ୍ତାର ସରଫେସିଙ୍ଗ ଏବଂ ୨, ୩୩୯.୩୮ କି.ମି. ରାସ୍ତାର ରିସରଫେସେିଙ୍ଗ କାମ ଶେଷ କରିଛି  । ଏତଦ୍ବ୍ୟତୀତ ସୀମାବର୍ତ୍ତୀ ଅଞ୍ଚଳରେ ମଧ୍ୟ ଦୁର୍ଗମ ଅଞ୍ଚଳରେ ପ୍ରମୁଖ ପୋଲ ଓ ୧୯ଟି ଏୟାରଫିଲ୍ଡ ଓ ୨ଟି ସୁଡ଼ଙ୍ଗର ନିର୍ମାଣକାମକୁ ମଧ୍ୟ ବିଆର୍ଓ ଶେଷ କରିଛି  ।

Comments