ଗାନ୍ଧିନଗର, ୨୪/୧୨ : ଦେଶରେ ଏବେ ବିରୋଧୀ କଂଗ୍ରେସ ଓ ତା’ର ସହଯୋଗୀ ଟିଏମ୍ସି, ଟିଡିପି, ପିଡିପି, ସପା ଓ ବସପା ଦଳଗୁଡ଼ିକର ବିଭ୍ରାନ୍ତକର ତଥ୍ୟ ହେତୁ ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଲୋକେ ସିଏଏକୁ ବିରୋଧ କରୁଛନ୍ତି । ସେପଟେ ସିଏଏ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିଲେ ହେଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏହାକୁ ନେଇ ଅଯଥା ଚିନ୍ତିତ ହେବା ସହ ଏହି ଆଇନ ହେତୁ ଭାରତରେ ରହୁଥିବା କୋଟି କୋଟି ମୁସଲିମ୍ ସମୁଦାୟ ବେସାହାରା ହୋଇଯିବେ ଏବଂ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନିଆଯିବ ବୋଲି କହିବୁଲୁଛନ୍ତି । କିନ୍ତୁ ସିଏଏ କାହାରି ଠାରୁ ତା’ର ନାଗରିକତା ଛଡ଼ାଇ ନେବା ପାଇଁ ନୁହେଁ ବରଂ ୧୯୪୭ ପରେ ଧର୍ମୀୟ ପ୍ରତାଡ଼ନା ହେତୁ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭିଟାମାଟି ଛାଡ଼ି ଦେଶରେ ଶରଣାର୍ଥୀ ହୋଇ ଦୟନୀୟ ଭାବେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କୁ ଭାରତର ସ୍ଥାୟୀ ନାଗରିକତ୍ୱ ପ୍ରଦାନ କରାଯିବା ଉଦ୍ଦେଶ୍ୟ ପ୍ରସ୍ତୁତ କରାଯାଇଛି ଯାହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ୨୦ ବର୍ଷ ତଳେ ପାକିସ୍ତାନ ଛାଡ଼ି ଗୁଜରାଟରେ ଆଶ୍ରୟ ନେଇଥିବା ଏକ ସିନ୍ଧି ପରିବାର । ଏହି ସିନ୍ଧି ପରିବାର ଗତ ୨୦୦୦ ପୂର୍ବରୁ ଧର୍ମୀୟ ପ୍ରତାଡ଼ନା ହେତୁ ପାକିସ୍ତାନର ସିନ୍ଧ ପ୍ରାନ୍ତର ସଖର ଜିଲ୍ଲା ଅନ୍ତର୍ଗତ ବାଗଡ଼ଡୀ ଗ୍ରାମରୁ ଘରଡ଼ିହ ଛାଡ଼ି ଭାରତ ପଳାଇ ଆସିଥିଲା । ପରେ ଏହି ସିନ୍ଧି ପରିବାର ଗୁଜରାଟର ସୂରଟରେ ଅସ୍ଥାୟୀ ଭାବେ ବସବାସ କରୁଛି । କିନ୍ତୁ ସେତେବେଳେ ସେମାନଙ୍କୁ ନାଗରିକତ୍ୱ ମିଳିନଥିବାରୁ ଦୀର୍ଘ ୨୦ ବର୍ଷ ହେବ ଏହି ପରିବାରର ସଦସ୍ୟମାନେ ଅତି ଦୟନୀୟ ଭାବେ ଜୀବନ କାଟୁଛନ୍ତି । ସେମାନଙ୍କ କୌଣସି ଭୋଟ୍ ପରିଚୟ ପତ୍ର ବା ଆଧାର କାର୍ଡ ନଥିବାରୁ ସେମାନେ କୌଣସି ସରକାରୀ ସୁବିଧା ସୁଯୋଗର ଲାଭ ଉଠାଇ ପାରୁନାହାନ୍ତି । ତେବେ କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା ସିଏଏ ହେତୁ ୨୦ ବର୍ଷ ପରେ ସେମାନଙ୍କୁ ଦେଶର ସ୍ଥାୟୀ ନାଗରିକତ୍ୱ ମିଳିବା ସମ୍ଭବପର ହୋଇଥିବାରୁ ଏହାକୁ ନେଇ ଉକ୍ତ ସିନ୍ଧି ପରିବାର ବେଶ୍ ଉତ୍ସାହିତ ହୋଇପଡ଼ିଛି ।

Comments
Post a Comment