ବାଲେଶ୍ୱର,୧୯ା୧୨: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଦେଶର ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷରେ ଏକ ଛାତ୍ରସମାବେଶ ସ୍ଥାନୀୟ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୌଭାଗ୍ୟ ମହାନ୍ତି, ରାଜ୍ୟ ସହ-ସମ୍ପାଦକ ଲକ୍ଷ୍ମୀନାରାୟଣ ନାୟକ, ଶଶିକାନ୍ତ ମିଶ୍ର ପ୍ରମୁଖ ଏଥିରେ ଯୋଗଦେଇ ଦେଶ ପାଇଁ ଆବଶ୍ୟକ ଥିବା ଆଇନ୍ ଲାଗୁ କରିଥିବା ଯୋଗୁଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଆଇନ୍ ଦ୍ୱାରା ଭାରତର ମାନବ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନ ସହ ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଧର୍ମ ଆଧାରରେ ହେଉଥିବା ଅତ୍ୟାଚାରକୁ ବିରୋଧ କରାଯାଇଛି । ଏହି ଆଇନ ବଳରେ ଅନୈତିକ ଅନୁପ୍ରବେଶ ଉପରେ ରୋକ ଲଗାଯାଇ ପାରିବ ବୋଲି ଛାତ୍ରନେତାମାନେ କହିଥିଲେ । ବିଗତ ୭୦ ବର୍ଷ ପୂର୍ବରୁ ଇତିହାସରେ ହୋଇଥିବା ଭୁଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ସଂଶୋଧନ କରିପାରିଛନ୍ତି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଏବିଭିପି ବାଲେଶ୍ୱର ବ୍ଲକ ସଂଯୋଜକ ସାଇପ୍ରୀତମ ସେନାପତି, ନଗର ସମ୍ପାଦକ ରୋହିତ କୁମାର ପାଢ଼ୀ, ନଗର ସହ-ସମ୍ପାଦକ ସୌରଭ ସାହୁ ଓ ଶତାବ୍ଦୀ ଦତ୍ତ, ନଗର ଉପ-ସଭାପତି ପ୍ରିୟବ୍ରତ ସେନାପତିଙ୍କ ସମେତ ଗୌତମ ମହାଳିକ, ତାପସ ଦାସ, ଦିବ୍ୟରଂଜନ ଦାସ, ସପନ ଜେନା, ମହେନ୍ଦ୍ର ପ୍ରତାପ ଜେନା ପ୍ରମୁଖ ଓ ବିଭିନ୍ନ ମହାବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Comments
Post a Comment