ରାଷ୍ଟ୍ରପ୍ରେମୀ ସଚେତନ ନାଗରିକ ମଞ୍ଚ ତରଫରୁ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ


ଖୋର୍ଦ୍ଧା,: ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ଜଣାଇ ରାଷ୍ଟ୍ରପ୍ରେମୀ ସଚେତନ ନାଗରିକ ମଞ୍ଚ ତରଫରୁ ଖୋର୍ଦ୍ଧା ଗୀତା ଭବନ ପଡ଼ିଆ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଖୋର୍ଦ୍ଧା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଯାଇ ଭାରତର ରାଷ୍ଟ୍ରପତି ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଆମ ଦେଶରେ ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ ହେଲେ ବିକାଶର ଧାରା ତ୍ୱରାନ୍ୱିତ ହେବ । ଧନଜନ ସୁରକ୍ଷିତ ରହିବ ଆତଙ୍କବାଦୀ କାର୍ଯ୍ୟକଳାପ ଲୋପ ହେବ । ବିଦେଶୀମାନେ ମନଇଚ୍ଛା ଏ ଦେଶକୁ ଅନୁପ୍ରବେଶ କରି ଭାରତୀୟ ନାଗରିକତା ଦାବୀ କରି ପାରିବେ ନାହିଁ । ଏହି ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ଜଣାଇ ସବୁ ଧର୍ମର ବ୍ୟକ୍ତି ଆଜି ଏକତ୍ରିତ ହୋଇ ଶୋଭାଯାତ୍ରାରେ ସାମିଲ ଥିଲେ । ସେମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଭୀମସେନ ପ୍ରଧାନ, ହିନ୍ଦୁ ଜାଗରଣ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ଅଜିତ୍ ପଟ୍ଟନାୟକ, କଳିଙ୍ଗ ପାଇକ ସଂଗଠନର ବରିଷ୍ଠ ନେତା କାଳୁଚରଣ ଖଣ୍ଡେଇତରାୟ ସମାଜ ସେବୀ ଅଜୟ ମିଶ୍ର, ତାପଙ୍ଗ ଦଳବେହେରା ସ୍ମୃତପରିଷଦର ଉପସଭାପତି ଶ୍ରୀରଂଜନ ମଙ୍ଗରାଜ, ସଂଖ୍ୟା ଲଘୁ ସମ୍ପ୍ରଦାୟର ଫୟାଜ ଅଲ୍ଲୀ ଖାଁ, ଅଇମୁଦ୍ଦିନ ସାହା, ବଲିମୁଦ୍ଦିନ ଖାଁ, ସେକ୍ଲାଲୁ, ମନହର ଅଲ୍ଲୀ ଖାଁ, କରିମ ଖାଁ, ଲିୟାକତ ଅଲ୍ଲୀ ଖାଁ, ଖୋର୍ଦ୍ଧା ଗୀତା ଗବେଷଣା ପରିଷଦର ସଭାପତି ଶକ୍ତି ଶଙ୍କର ମିଶ୍ର, ସମାଜସେବୀ ସୁବାସ ଗନ୍ତାୟତ, ମାନସ ପଟ୍ଟନାୟକ, ମାନସ ପଟ୍ଟନାୟକ, ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ବେଲେଶ୍ୱର ସାହୁ, ଅଭିମୁନ୍ୟ ଘଟୁଆଳ, କିଶୋର ବରାଳ, ଆଇନଜୀବି ଲୋତକ ବିନ୍ଦୁ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ମିଶ୍ର, ମହିଳା ସଂଗଠିକା ସୋନାଲି ସାହୁ, ସୁମିତ୍ରା ପଧାନ, ମୀନା କୁମାରୀ ଦାସ, ରଶ୍ମୀମୟୀ ପଟ୍ଟନାୟକଙ୍କ ସମେତ ଶତାଧିକ ବ୍ୟକ୍ତି ସାମିଲ ଥିଲେ ।

Comments