ବେଙ୍ଗାଲୁର, ୨୭/୧୨ : ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ଉଗ୍ର ପ୍ରଦର୍ଶନ କରିବା ସହ ବ୍ୟାପକ ଜଳାପୋଡ଼ା ଓ ହିଂସାକାଣ୍ଡ ଭିଆଇଥିବା ଉପଦ୍ରବକାରୀଙ୍କ ସମ୍ପତ୍ତି ଜବତ କରିବା ଲାଗି କର୍ଣ୍ଣାଟକ ସରକାର ସ୍ଥିର କରିଛନ୍ତି । ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ସେଠାରେ ଦଙ୍ଗା କରି ବ୍ୟାପକ ଜଳାପୋଡ଼ା କରିଥିବା ଉପଦ୍ରବକାରୀଙ୍କୁ ସାବାଡ଼ କରିବା ଲାଗି ଭିଡିଓ ଫୁଟେଜ୍ ଆଧାରରେ ସେମାନଙ୍କ ଠାରୁ କ୍ଷୟକ୍ଷତିର ଭରଣା କରିବା ଲାଗି ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଘରଦ୍ୱାର, ଦୋକାନବଜାର ଆଦିକୁ କୋରକ କରି ସେଥିରୁ ଅର୍ଥ ଆଦାୟ କରାଯିବ ବୋଲି ନୋଟିସ ଜାରି କରିସାରିଛନ୍ତି । ତେବେ ବର୍ତ୍ତମାନ କର୍ଣ୍ଣାଟକର ଭି.ଏସ୍.ୟେଦ୍ୟୁରପ୍ପା ସରକାର ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପଥକୁ ଅନୁସରଣ କରି କର୍ଣ୍ଣାଟକରେ ସିଏଏ ବିରୋଧରେ ଦଙ୍ଗା କରି ସର୍ବସାଧାରଣ ସମ୍ପତ୍ତିକୁ ପୋଡ଼ିଜାଳି ଦେଇଥିବା ଉପଦ୍ରବକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ ଉକ୍ତ କ୍ଷୟକ୍ଷତିର ରାଶି ଆଦାୟ କରିବାକୁ ସ୍ଥିର କରିଛନ୍ତି । ଏଣୁ ଆଗାମୀ ଦିନରେ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମର ଭିଡିଓ ଫୁଟେଜକୁ ଯାଞ୍ଚ କରି ଉପଦ୍ରବକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପତ୍ତିକୁ ଜବତ କରି ତାକୁ ବିକି ସେଥିରୁ ଲବ୍ଧ ଅର୍ଥରୁ କ୍ଷୟକ୍ଷତିର ଭରଣା କରିବାକୁ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ସ୍ଥିର କରିଛନ୍ତି ।

Comments
Post a Comment