ସିଏଏ ଓ ଏନ୍ଆର୍ସିକୁ ନେଇ ଚାଲିଥିବା ଗୁଜବ ରୋକିବାକୁ ପ୍ରୟାସ



ନୂଆଦିଲ୍ଲୀ, ୨୪/୧୨  : ନାଗରିକତା ସଂଶୋଧନ କାନୁନ (ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକା (ଏନ୍ଆର୍ସି)କୁ ନେଇ ବିରୋଧୀ କଂଗ୍ରେସ, ଟିଏମ୍ସି, ଟିଡିପି, ପିଡିପି, ଡିଏମ୍କେ ଆଦି ଦଳଗୁଡ଼ିକ ଦେଶବାସୀଙ୍କୁ ବିଭ୍ରାନ୍ତକର ତଥ୍ୟ ଦେଇ ସେମାନଙ୍କୁ ଦଙ୍ଗା କରିବାକୁ ଉସ୍କାଉଛନ୍ତି  । ଫଳରେ ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ସିଏଏ ଓ ଏନ୍ଆର୍ସିକୁ ବିରୋଧ କରି ବ୍ୟାପକ ଜଳାପୋଡ଼ା ଓ ହିଂସାକାଣ୍ଡ ଜାରି ରହିଛି  । ତେବେ ବିରୋଧୀଙ୍କ ଏହି କୂଟକପଟତାକୁ ଲୋକଙ୍କ ସାମ୍ନାକୁ ଆଣିବା ଲାଗି ଏବଂ ସିଏଏ ଓ ଏନ୍ଆର୍ସିର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ପଦାକୁ ଆଣିବା ଲାଗି ଶ୍ୟାମାପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ ଅଣ୍ଟା ଭିଡ଼ିଛି  । ଏଣୁ ସିଏଏ ଓ ଏନ୍ଆର୍ସି ସଂକ୍ରାନ୍ତରେ ଏହି ସଂସ୍ଥା ୪୩ ପୃଷ୍ଠା ସମ୍ବଳିତ ଏକ ଶ୍ୱେତପତ୍ର ଜାରି କରିଛି  । ଏଥିସହିତ ୩୦ ପୃଷ୍ଠା ସମ୍ବଳିତ ଏକ ପୁସ୍ତକକୁ ମଧ୍ୟ ଟ୍ରଷ୍ଟ ପ୍ରକାଶିତ କରିଛି  । ସଂସ୍ଥାର ସଦସ୍ୟମାନେ ବିଜେପ କର୍ମୀଙ୍କ ସହିତ ମିଶି ଘରକୁ ଘର ଯାଇ ଏହି ଶ୍ୱେତପତ୍ର ଓ ପୁସ୍ତିକାକୁ ବାଣ୍ଟି ଲୋକଙ୍କ ମନରୁ ସିଏଏ ଓ ଏନ୍ଆର୍ସି ନେଇ ଜାତ ଅଯଥା ଶଂସୟକୁ ଦୂର କରିବାକୁ ଚେଷ୍ଟା କରିବେ  ।

Comments