ସିଏଏ ସମର୍ଥନରେ ବଡବିଲରେ ବିରାଟ ଶୋଭାଯାତ୍ରା


ଦେଶର ହିତ ସାଧନ ଉଦ୍ଦେଶ୍ୟରେ ହୋଇଥିବା ଏହି ଆଇନକୁ ସମର୍ଥନ ଜଣାଇ ବଡବିଲର ଅସଂଖ୍ୟ ଜନସାଧାରଣଙ୍କ ସହ ବ୍ୟବସାୟୀମାନେ ଦୋକାନ ବଜାର ବନ୍ଦ କରି ଶାନ୍ତିପୂର୍ଣ୍ଣଭାବେ ବିକାଶ ମହଲ ଠାରୁ ବାହାରି ମହାନ୍ତବସ୍ତି, ଜଗନ୍ନାଥ ମନ୍ଦିର ନିକଟ ଦେଇ ଅଟଳବିହାରୀ ବାଜପାୟୀ ଛକ ନିକଟରେ ପହଂଚିଥିଲେ । ବଡବିଲ ବଜାର ମୂଖ୍ୟ ରାସ୍ତାଦେଇ ଯାଉଥିବା ବିଶାଳ ଶୋଭାଯାତ୍ରାର ଜନସମୁଦ୍ର ସତେ ଯେପରି ରଥଯାତ୍ରାର ଅଗଣିତ ଭକ୍ତଙ୍କ ଭଳି ଦେଶଭକ୍ତମାନଙ୍କ ଭିଡ ଦୃଶ୍ୟମାନ ହୋଇଥିଲା । ତେବେ ଶୋଭାଯାତ୍ରାରେ ବଡବିଲ ଅଂଚଳର ଅଧିକାଂଶ ବ୍ୟବସାୟୀ ଦୋକାନବଜାର ବନ୍ଦ କରି ଏହି ଶୋଯାତ୍ରାରେ ସାମିଲ ହୋଇଥିଲାବେଳେ ସ୍ୱତଃ ଜନସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସରକାରଙ୍କ ଏହି ଆଇନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ବଡବିଲ ଅଂଚଳର ଜନସାଧାରଣ । ବନ୍ଦେ ମାତରଂ, ଭାରତମାତାକୀ ଜୟ ଜୟକାର, ହିନ୍ଦୁ, ମୁସଲିମ ଶିଖ ଇଶାୟୀ ହମ ସବ ହୈ ଭାଇଭାଇ ଆଦି ସ୍ଳୋଗାନରେ ଅଂଚଳ ଗୁରିତ ହୋଇଥିଲା ।

Comments