ଧାର୍ମିକ ଉନ୍ମାଦନ ଦେଶବିରୋଧୀ : ଏବିଭିପି


ଭୁବନେଶ୍ୱର : ନାଗରିକ ସଂଶୋଧନ ନିୟମ ୨୦୧୯ କୁ ବିରୋଧ କରିବା ଆଡରେ ଧାର୍ମିକ ଉନ୍ମାଦନା, ବାମପନ୍ଥୀ ମାଓବାଦୀ ଓ ଦେଶ ବିରୋଧି ଶକ୍ତି ଦ୍ୱାରା ଛାତ୍ର ମାନଙ୍କୁ ପଥଭ୍ରଷ୍ଟ କରି ଦେଶ ସାରା କ୍ୟାମ୍ପସରେ ଅରାଜକତା ଏବଂ ହିଂସାତ୍ମକ ଆନ୍ଦୋଳନ ଛିଡା କରାଇବାର ପ୍ରୟାସକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭତ୍ସନା କରୁଛି । ଆନ୍ଦୋଳନର ହିଂସାତ୍ମକ ରୂପରୁ ସ୍ପଷ୍ଟ ହୋଇଯାଇଛି ଯେ, ମାଓବାଦୀ ଶକ୍ତି ମାନେ ଦେଶ ସାରା ବିଶ୍ୱବିଦ୍ୟାଳୟ ଛାତ୍ର ମାନଙ୍କୁ ପ୍ରର୍ବତାଇ ହିଂସା ବିସ୍ତାର କରିବାର କାମ କରୁଅଛି । ବିଦ୍ୟାର୍ଥୀ ପରିଷଦ ଏହାର ଘୋର ବିରୋଧ କରୁଛି । ଏଥି ସହିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ନାଁରେ ଭଙ୍ଗାରୁଜା କରିବା ଏବଂ ଛାତ୍ର ମାନଙ୍କୁ ପରୀକ୍ଷା ଦେବାରୁ ନିବୃତ୍ତ ରଖିବା ନିନ୍ଦନୀୟ ଅଟେ । ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦକ ଶଶିକାନ୍ତମିଶ୍ର କହିଛନ୍ତି । କିଛି ରାଜନୈତିକ ଦଳର ସମର୍ଥନ କରିବା ଦ୍ୱାରା ଦଙ୍ଗାକୁ ପ୍ରୋତ୍ସାହନ ଦେବା ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଉପରେ ଏବିଭିପିର ଦାବୀକୁ ପୁନଃ ଦୋହରାଇବା ସହିତ ଛାତ୍ର ସମାଜକୁ ଆଗ୍ରହ କରୁଛି କି, ସେମାନେ ଏହି ହୀନ ପ୍ରରୋଚନାରେ ନଆସି ତଥା ଏଭଳି ଲୋକ ଯେଉଁମାନେ ହିଂସାକୁ ପ୍ରବର୍ତାଉଛନ୍ତି ସେମାନଙ୍କ ବିରୋଧରେ ଏକଜୁଟ ହୋଇ ଛିଡା ହେବାର ଆବଶ୍ୟକତା ରହିଛି ।

Comments