ଫେସ୍ବୁକ୍ ଓ ସ୍ମାର୍ଟଫୋନ ବ୍ୟବହାର ଉପରେ ନୌସେନାର କଟକଣା


ନୂଆଦିଲ୍ଲୀ : ଭାରତୀୟ ନୌସେନାର ଅଧିକାରୀଙ୍କୁ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ହନିଟ୍ରାପ୍ ରେ ଫସାଇ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ହାସଲ କରିବାର କଥା ସାମ୍ନାକୁ ଆସିବା ପରେ କାର୍ଯ୍ୟରତ ଅଧିକାରୀ ଓ ଜୱାନଙ୍କ ଫେସବୁକ୍ ଓ ସ୍ମାର୍ଟଫୋନ୍ ବ୍ୟବହାର ଉପରେ ନୌସେନା କଟକଣା ଜାରି କରିଛି  । ବିଶେଷ କରି ଯୁଦ୍ଧପୋତରେ ଥିବା ସମୟରେ କୌଣସି ଜୱାନ ବା ପଦାଧିକାରୀ ସ୍ମାର୍ଟଫୋନ୍ କିମ୍ବା ଫେସବୁକ୍ର ବ୍ୟବହାର କରିପାରିବେ ନାହିଁ ବୋଲି ନୌସେନା କଟକଣା ଲଗାଇଛି  । ପ୍ରକାଶ୍ୟ ଯେ, ଗତ କିଛି ଦିନ ତଳେ ଆଇଏସ୍ଆଇର ହନିଟ୍ରାପ୍ରେ ଫସି ନୌସେନାର ବହୁ ଗୁରୁତ୍ୱପୂର୍ଣ୍ଣ ଗୋପନୀୟ ତଥ୍ୟକୁ ପାକିସ୍ତାନକୁ ପ୍ରଦାନ କରିବା ନେଇ ନୌସେନାର ୭ ଜଣ ଅଧିକାରୀ ଗିରଫ ହେବା ପରେ ନୌସେନା ଏହି କଟକଣା ଲଗାଇଛି  । ଅନ୍ୟପଟେ ସେନାର ପଦାଧିକାରୀ ଓ ଜୱାନମାନଙ୍କୁ ଫେସ୍ବୁକ୍ ଏବଂ ହ୍ୱାଟ୍ସଆପ୍ ଜରିଆରେ ହନିଟ୍ରାପ୍ରେ ଫସାଇ ଦେଶର ପ୍ରତିରକ୍ଷା ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ପାକ୍ ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ଷଡ଼ଯନ୍ତ୍ର କରୁଛି ଏବଂ ଏଥିରେ ନୌସେନାର କାର୍ଯ୍ୟରତ ୭ ଜଣ ନାବିକ ଫସି ଦେଶର ପ୍ରତିରକ୍ଷା ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯଥା କେଉଁଠାରେ ଭାରତୀୟ ନୌସେନା ସବ୍ମେରାଇନ୍ ନିୟୋଜିତ କରିଛି ତାହାକୁ ପାକିସ୍ତାନକୁ ପ୍ରଦାନ କରିବା କଥା ସାମ୍ନାକୁ ଆସିବା ପରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଏହାକୁ ଗୁରୁତର ସହ ଗ୍ରହଣ କରି ଏହାର ତଦନ୍ତଭାର ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ଦେଇଛି  ।

Comments