ଦଙ୍ଗା ପଛରେ କଂଗ୍ରେସ ଓ ଟୁକୁଡେ ଟୁକୁଡେ ଗ୍ୟାଙ୍ଗ



ସିଏଏକୁ ବିରୋଧ ନାମରେ ଯେଉଁ ଦଙ୍ଗା ସୃଷ୍ଟି ହେଉଛି ଏହା ପଛରେ ଦେଶର ସର୍ବପୁରାତନ ଦଳ କଂଗ୍ରେସ ଅଛି ବୋଲି ଗୃହମନ୍ତ୍ରୀ ଅମିତ ଶାହା ଗମ୍ଭୀର ଅଭିଯୋଗ କରିଛନ୍ତି । ଏଥିସହ ଦେଶ ବିରୋଧୀ କାମରେ ଲିପ୍ତ ଥିବା ଟୁକୁଡେ ଟୁକୁଡେ ଗ୍ୟାଙ୍ଗ ମଧ୍ୟ କଂଗ୍ରେସ ସହ ମିଶି ଏଭଳି ହିଂସାକାଣ୍ଡ ଭିଆଇବା ପାଇଁ ଯୁବକମାନଙ୍କୁ ଉସକାଇଛନ୍ତି । ଦିଲ୍ଲୀରେ କଂଗ୍ରେସ ଉପଦ୍ରବୀମାନଙ୍କୁ ଉସକାଇଛି ତେଣୁ ଆଗାମୀ ବିଧାନସଭା ନିର୍ବାଚନରେ ଦିଲ୍ଲୀ ବାସୀ କଂଗ୍ରେସକୁ ଉଚିତ ଶିକ୍ଷା ଦେବା ପାଇଁ ସେ ଦିଲ୍ଲୀବାସୀଙ୍କୁ ଅପିଲ କରିଛନ୍ତି । ଯେତେବେଳେ ସଂସଦରେ ନାଗରିକତା ସଂଶୋଧନ ବିଧେୟକ ଆଗତ ହେଲା ସେତେବେଳେ କଂଗ୍ରେସ ଦଳର ନେତାମାନେ ଅନ୍ଧାରରେ ବାଡି ବୁଲାଇଲା ପରି ଅଯୁକ୍ତିକର ମନ୍ତବ୍ୟ ଦେଇଥିଲେ । କୌଣସି ଗୋଟିଏ ବଳିଷ୍ଟ ଯୁକ୍ତି ସେମାନଙ୍କ ପାଖରେ ନଥିଲା । ଦେଶବାସୀଙ୍କୁ ଭ୍ରମିତ କରିବା ପାଇଁ ସେମାନେ ଯେତେବେଳେ ଗଣତନ୍ତ୍ରର ସବୁଠାରୁ ବଡ ମନ୍ଦିର ସଂସଦର ଉଭୟ ଗୃହରେ କୌଣସି ପ୍ରକାରେ ସଫଳ ହେଲେନାହିଁ ସେତେବେଳେ ହିଂସାକାଣ୍ଡ ଭିଆଇବା ପାଇଁ ସେମାନେ ଲୋକଙ୍କୁ ଉସୁକାଇବାକୁ ଅନ୍ତିମ ଅସ୍ତ୍ର ରୂପେ ବ୍ୟବହାର କରିଛନ୍ତି । ଦିଲ୍ଲୀବାସୀ ଶାନ୍ତିପ୍ରିୟ ସେମାନେ ଏଭଳି ଷଡଯନ୍ତ୍ରକାରୀଙ୍କୁ ସେମାନଙ୍କ ଉପଯୁକ୍ତ ଯାଗାକୁ ପଠାଇବେ । ଦିଲ୍ଲୀରେ ଅନେକ ସମୟରେ ଟୁକୁଡେ ଟୁକୁଡେ ଗ୍ୟାଙ୍ଗ ଦେଶବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ନଜିର ରହିଛି । ଏବେ ସେମାନେ ସିଏଏ ବିରୋଧରେ ଲୋକଙ୍କୁ ହିଂସାକାଣ୍ଡ ପାଇଁ ଉସକାଇବା କାମରେ ବେଶ ସକ୍ରିୟ ହୋଇଯାଇଛନ୍ତି । ଦିଲ୍ଲୀର କେଜରିୱାଲ ସରକାର ଲୋକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିବା ପରିବର୍ତ୍ତେ ବିଭିନ୍ନ ପ୍ରକାର ଦୁର୍ନୀତିରେ ଲିପ୍ତ ଅଛନ୍ତି । ଲୋକଙ୍କ ସ୍ୱାର୍ଥ୍ୟ ପାଇଁ ବିଭିନ୍ନ ଯୋଜନା ନାମରେ ଦୁର୍ନିତି କରୁଛନ୍ତି । ଦିଲ୍ଲୀବାସୀ ଆଗାମୀ ବିଧାନସଭା ନିର୍ବାଚନରେ ଉଭୟ କଂଗ୍ରେସ ଓ ଆପକୁ ଉଚିତ ଶିକ୍ଷା ଦେବା ସହ ବିଜେପିକୁ ପୂର୍ଣ୍ଣ ବହୁମତରେ ଯିତାଇବେ ବୋଲି ଶ୍ରୀ ଶାହା କହିଛନ୍ତି ।

Comments