ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଦତୋପନ୍ତ ଠେଙ୍ଗଡୀ ଜନ୍ମ ଶତାବ୍ଦୀ ପାଳିତ



ରାୟଗଡା,୨୨ା୧୨: ଭାରତୀୟ ମଜଦୁର ସଂଘର ସଂସ୍ଥାପକ ତଥା ପ୍ରତିଷ୍ଠାତା ସ୍ୱର୍ଗତ ଦତୋବନ୍ତ ଠେଙ୍ଗଡୀଙ୍କ ଜନ୍ମ ଶତାବ୍ଦୀ ମହା ସମାରୋହରେ ସ୍ଥାନୀୟ ଲାୟନ୍ସ କ୍ଲବ ଠାରେ ପାଳିତ ହୋଇଯାଇଅଛି । ଭାରତୀୟ ମଜଦୁର ସଂଘ ରାୟଗଡା ଶାଖା ଦ୍ୱାରା ଅୟୋଜିତ ସମାରୋହରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ଦିଲ୍ଲୀପ କୁମାର ଦାସ, ରାଜ୍ୟ ସଂପାଦକ ଯୋଗେଶ୍ୱର ଦାସ ଉପସ୍ଥିତ ରହି ସ୍ୱର୍ଗତ ଦତୋପନ୍ତ ଠେଙ୍ଗଡୀଙ୍କ ଜୀବନି ସ୍ମୃତି ଚାରଣ କରିବା ସହିତ ଭାରତୀୟ ମଜଦୁର ସଂଘ, ଭାରତୀୟ କିସାନ ସଂଘ, ସାମାଜିକ ସମରସତା ମଂଚ, ସର୍ବପନ୍ଥ ମଂଚ, ସ୍ୱଦେଶୀ ଜାଗରଣ ମଂଚର ସଂସ୍ଥାପକ ଭାବେ ଆବିର୍ଭାବ ହୋଇ ଦେଶର ଦଳିତ, ନଷ୍ପେଶିତ, ଦରିଦ୍ର ଶ୍ରେଣୀର ଶ୍ରମିକ ମାନଙ୍କୁ ଏକତ୍ରିତ କରି ଦେଶ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରି ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଂ ନିଜକୁ ଜୀବନସାରା ସଂଗଠନ ପାଇଁ ସମର୍ପିତ କରିଥିଲେ । କେନ୍ଦ୍ର ଓ ରାଜ୍ୟର ନିଷ୍ପତି କ୍ରମେ ଏହି କାର୍ଯ୍ୟକ୍ରମ ଆଗାମୀ ୧୦ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ପାଳିତ ହେବ ବୋଲି ଭାରତୀୟ ସଂଘ ତରଫରୁ ନିଷ୍ପତି ନିଆଯାଇଛି । ଜିଲ୍ଲା ସଂପାଦକ ଖଗେଶ୍ୱର ସିଂଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅଲଓଡିଶା ଅଙ୍ଗନବାଡି ଲେଡିସ ଓାକର୍ସ ଆସୋସିଏସନର ଜିଲ୍ଲା ସଭାନେତ୍ରୀ ଜୟନ୍ତି ପଦ୍ମାଳୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଭାରତୀୟ ମଜଦୁର ସଂଘ ଦ୍ୱାରା ଅନୁବନ୍ଧିତ ବିଭିନ୍ନ ସଂଗଠନର ପ୍ରାୟ ୫୦୦ରୁ ଉଦ୍ଧ୍ୱର୍ କର୍ମକର୍ତା ଯୋଗ ଦେଇଥିଲେ । 

Comments