ଜଳେଶ୍ୱର, : ସୋମବାର ପୂର୍ବାହ୍ନ ୯ ଟାରେ ଅଖୀଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ଜଳେଶ୍ୱର ଶାଖା ତରଫରୁ ସିଏଏ ଓ ଏନ୍ଆରସି ସପକ୍ଷରେ ଏକ ଶୋଭାଯାତ୍ରା ସହରର ଝାଡ଼େଶ୍ୱରପୁର ଠାରୁ ବାହାରି ବଡ଼ବଜାର ସ୍ଥିତ ଡାକବଂଗଳା ନିକଟରେ ପହଂଚିଥିଲା । ତତ୍ପରେ ସ୍ଥାନୀୟ ଏବିଭିପିର ସମ୍ପାଦକ ସୋନାଲୀ ବାରିକ,କାଳିଚରଣ ରାଜ,ସୈାଭାଗ୍ୟ ମହାନ୍ତି,ସତ୍ୟବ୍ରତ ପଣ୍ଡା,ପ୍ରିୟଙ୍କା ବେହେରା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ବିଡିଓ ଙ୍କୁ ପ୍ରଦାନ କରିଥିଲେ । ଓଡ଼ିଶାରେ ଯଥାଶୀଘ୍ର ସିଏଏ ଓ ଏନ୍ଆରସି କୁ ଲାଗୁ କରିବାପାଇଁ ଏବିଭିପି ତରଫରୁ ଉକ୍ତ ଦାବିପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି । ଅନ୍ୟ ଦେଶରୁ ବେଆଇନ୍ ଭାବେ ଆସି ରାଜ୍ୟରେ ବସବାସ କରୁଥିବା ଲୋକଙ୍କୁ ଚିହ୍ନଟ କରାଯାଇ ତାଙ୍କ ଦେଶକୁ ଫେରାଇ ଦିଆଯାଉ ବୋଲି ଏବିଭିପି ଦାବି କରିଛି । ଏଥିହସିତ ଆତଙ୍କବାଦ କାର୍ଯ୍ୟକଳାପକୁ ରୋକିବାପାଇଁ ଏନ୍ଆରସି ଓ ସିଏଏ ଭଳି କାର୍ଯ୍ୟକ୍ରମକୁ ସମସ୍ତ ରାଜ୍ୟ ଆପଣେଇବା ପାଇଁ ଏବିଭିପିର ଶତାଧିକ ଛାତ୍ରଛାତ୍ରୀ ତଥା କର୍ମକର୍ତ୍ତା ହାତରେ ୬୦ ଫୁଟ୍ ଲମ୍ବର ତ୍ରୀରଂଗା ପତାକା ଧରି ଉକ୍ତ ଶୋଭାଯାତ୍ରା ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟଙ୍କୁ ଆହ୍ୱାନ ଜଣାଇଥିଲେ । ଏହାଦ୍ୱାରା ଦେଶର ଅଖଣ୍ଡତା ଓ ସାର୍ବଭୈାମତା ଅକ୍ଷୂର୍ଣ୍ଣ ରହିବ ବୋଲି ଏବିଭିପି ତରଫରୁ ସ୍ଲୋଗାନ ମାଧ୍ୟମରେ କୁହାଯାଇଛି ।

Comments
Post a Comment