ଏନ୍ ଆର୍ ସି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ : ବିଜିବି ଡିଜି


ଢାକା,  : ବର୍ତ୍ତମାନ ଭାରତରେ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା (ଏନ୍ଆର୍ସି) ଏବଂ ରାଷ୍ଟ୍ରୀୟ ନାଗରିକତା ଆଇନ୍ (ସିଏଏ)କୁ ନେଇ ବିରୋଧୀ ରାଜନୈତିକ ଦଳଗୁଡ଼ିକ ସଂସଦରୁ ସଡ଼କ ପର୍ଯ୍ୟନ୍ତ କଡ଼ା ବିରୋଧ ପ୍ରଦର୍ଶନ କରୁଛନ୍ତି  । ଆସାମ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ମଧ୍ୟ ଏହାକୁ ବିରୋଧ କରାଯାଇ ଉଗ୍ର ପ୍ରଦର୍ଶନ ହେଉଛି  । ତେବେ ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଓ ଏଥିରେ ଆମର କିଛି ହସ୍ତକ୍ଷେପ କରିବାର ନାହିଁ ବୋଲି ବର୍ଡର ଗାର୍ଡସ ବାଂଲାଦେଶ (ବିଜିବି)ର ଡିଜି ମେଜର ଜେନେରାଲ ଶଫୀନୁଲ ଇସଲାମ କହିଛନ୍ତି  । ସେ ଏହି ପ୍ରସଙ୍ଗରେ ଆହୁରି କହିଛନ୍ତି ଯେ, ଲୋକେ ତାଙ୍କ ସମ୍ପର୍କୀୟଙ୍କୁ ଭେଟିବା ଲାଗି ଅନେକ ଥର ସୀମା ପାର କରି ଭାରତ ମଧ୍ୟକୁ ପ୍ରବେଶ କରିଥାନ୍ତି  । ଆମେ ଆଜି ପର୍ଯ୍ୟନ୍ତ ଭାରତକୁ ଯାଇଥିବା କୌଣସି ବାଂଲାଦେଶୀକୁ ଫେରିବା ଦେଖିନାହୁଁ  । ସେମାନେ ତାଙ୍କର ନିଜ ଇଚ୍ଛାରେ ଭାରତକୁ ଯାଇଛନ୍ତି ବୋଲି ଡିଜି ଶଫୀନୁଲ କହିଛନ୍ତି । ସୂଚନାଥାଉ କି, ୧୯୭୧ ବାଂଲାଦେଶ ଗଠନ ପରେ ସେଠାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ମୁସଲିମ୍ ଭାରତ ମଧ୍ୟକୁ ଜୀବିକା ଅନ୍ୱେଷଣରେ ପଳାଇ ଆସି ଶରଣ ନେଇଥିଲେ  । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ସେମାନଙ୍କୁ ଥଇଥାନ କରିବା ଲାଗି ନାଗରିକତା ସଂଶୋଧନ ବିଲ୍ (କ୍ୟାବ୍) ଆଗତ କରିଥିଲେ  ।

Comments