ବାଲେଶ୍ୱର,୨୨ା୧୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଓ ଏନଆରସି ବିରୋଧୀ ଭ୍ରମ ଦୂରୀକରଣ ବାଲେଶ୍ୱର ଜିଲ୍ଲ ଯୁବ ସଂଗଠନ ପକ୍ଷରୁ ଏକ ସଚେତନତା ସଦଭାବନା ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ସହରର ଜିଲ୍ଳାସ୍କୁଲ ପଡ଼ିଆରୁ ବାହାରି ସହର ପରିକ୍ରମା ସହ ପୁଣି ସେଇଠାରେ ପହଞ୍ଚିଥିଲା । ଜିଲ୍ଳା ଯୁବ ସଂଗଠନର ସଭାପତି ସମର ଶଙ୍କର କାନୁନ୍ଗୋଙ୍କ ନେତୃତ୍ୱରେ ହଜାର ହଜାର ଯୁବକ ଯୁବତୀ ସିଏଏ ଓ ଏନଆରସି ସପକ୍ଷରେ ବିଭିନ୍ନ ପ୍ଲାକାର୍ଡ଼ ପ୍ରଦର୍ଶନ ପୂର୍ବକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସଦର ବିଧାୟକ ମଦନ ମୋହନ ଦତ୍ତ, ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ପ୍ରମୁଖ ଏହି ଶୋଭାଯାତ୍ରାରେ ଯାଇ ସହରର ବିଭିନ୍ନ ସ୍ଥାନରେ ଆୟୋଜିତ ପଥପ୍ରାନ୍ତ ସଭାରେ ସିଏଏ ଏବଂ ଏନଆରସିର ଦ୍ୱାରା ରାଷ୍ଟ୍ରର ହିତ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ପଡ଼ୋଶୀ ମୁସଲମାନ ବହୁଳ ରାଷ୍ଟ୍ରମାନଙ୍କରେ ଅତ୍ୟାଚାରିତ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ମାନବାଧିକାର ଉଲ୍ଲଂଘନରୁ ସୁରକ୍ଷା ଦେବା ସହ ଭାରତରେ ନାଗରିକତ୍ୱ ପ୍ରଦାନ, ଏହି ଆଇନ୍ର ମୂଳଲକ୍ଷ୍ୟ ହୋଇଥିବା ବେଳେ ଏହା ଦ୍ୱାରା ଅନୁପ୍ରବେଶ ଉପରେ ରୋକ ଲଗାଯାଇ ପାରିବ ବୋଲି ସେମାନେ କହିଥିଲେ । ବିଗତ ୭୦ ବର୍ଷ ପୂର୍ବରୁ ହୋଇଥିବା ତ୍ରୁଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତାଧୀନ ସରକାର ସଂଶୋଧନ କରିବା ଦ୍ୱାରା ଭାରତ ପାଇଁ ବିଶ୍ୱସ୍ତରୀୟ ପରିଚୟ ସୃଷ୍ଟି ହୋଇପାରିଛି ।ଏହି ଆଇନ୍କୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଦେଶବାସୀ ସମର୍ଥନ କରିବାକୁ ଲୋକପ୍ରତିନିଧି ଓ ନେତାମାନେ ସମସ୍ତଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ବିଜେପି ନେତା କଲ୍ୟାଣ ରାୟମହାଶୟ, ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଧୀରଜ ମହାନ୍ତି, ବିକାଶ ପାଢ଼ୀ, ଅରୂପ ଜେନା, ରଣଜିତ୍ ପ୍ରଧାନ, ସଂଜୀବ ରାଉଳ, ସୌମ୍ୟ ଦାସମହାପାତ୍ର, ଶ୍ରିୟା ଦାସ, ସୁବୋଧ ପଣ୍ଡା, ବିଜୟ ସେଠୀ, ସିପ୍ରା ବାଜପେୟୀ, ମନ ବେହେରାଙ୍କ ସମେତ ବିଜେପିର ବହୁ କାର୍ଯ୍ୟକର୍ତ୍ତା ଏହି ସଦଭାବନା ଶୋଭାଯାତ୍ରାରେ ସାମିଲ ହେବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Comments
Post a Comment