ଉତ୍ତରପ୍ରଦେଶରେ ହିଂସାତ୍ମକ କାର୍ଯ୍ୟରେ ସାମିଲ ପିଏଫଆଇକୁ ବ୍ୟାନ୍‌ ପାଇଁ ଉତ୍ତରପ୍ରଦେଶ ଡିଜିପିଙ୍କ ସୁପାରିସ

ଲକ୍ଷ୍ନୌ: ଗତ କିଛି ଦିନ ମଧ୍ୟରେ ଉତ୍ତରପ୍ରଦେଶରେ ହୋଇଥିବା ବଡ଼ ଧରଣର ହିଂସା ସମୟରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ର ୨୨ ସଦସ୍ୟ ଗିରଫ ହୋଇଥିଲେ। ଲକ୍ଷ୍ନୌ ଏବଂ ସାମଲୀରେ ଗିରଫ ସଦସ୍ୟଙ୍କ ସଂଖ୍ୟା ଅଧିକ ଥିଲା। ଏହା ପୂର୍ବରୁ ଲକ୍ଷ୍ନୌ, ମୀରଟ, ସାମଲୀ, ବାରାଣସୀ ଏବଂ ଅନ୍ୟ ସ୍ଥାନରେ ପିଏଫଆଇ ସଦସ୍ୟଙ୍କଠାରୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିଲା। ଲକ୍ଷ୍ନୌ ସମେତ ରାଜ୍ୟର ଅନେକ ଜିଲାରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ସୃଷ୍ଟି ହୋଇଥିବା ହିଂସାରେ ପିଏଫଆଇର ସମ୍ପୃକ୍ତି ଥିବା ନେଇ ପୁଲିସକୁ ପ୍ରମାଣ ମିଳିଥିଲା। ଲକ୍ଷ୍ନୌରେ ପିଏଫଆଇର ରାଜ୍ୟ ଅଧ୍ୟକ୍ଷ ୱସୀମ ଅହମ୍ମଦ ସମେତ ପିଏଫଆଇର ୩ ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ଏହାବ୍ୟତୀତ ସାମଲୀରେ ଏହି ସଂଗଠନର ୧୮ ସଦସ୍ୟ ଗିରଫ କରିଛନ୍ତି।  ଉତ୍ତରପ୍ରଦେଶରେ ହିଂସାତ୍ମକ କାର୍ଯ୍ୟରେ ସାମିଲ ହେଉଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)କୁ ବ୍ୟାନ୍‌ କରିବା ଲାଗି ଡିଜିପିଙ୍କ ପକ୍ଷରୁ ସୁପାରିସ କରାଯାଇଛି। ରାଜ୍ୟ ଗୃହ ବିଭାଗ ଜରିଆ​‌ରେ ଏହି ସୁପାରିସକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବାକୁ ପ୍ରସ୍ତୁତି ଚାଲିଛି।

Comments