୨୮ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ଏମ.ଏମ. ନରୱାଣେ

ନୂଆଦିଲ୍ଲୀ: ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଭାରତୀୟ ସେନାର ୨୮ତମ ସେନାମୁଖ୍ୟ ଭାବେ ମଙ୍ଗଳବାର ଦାୟିତ୍ଵ ନେଇଛନ୍ତି।ଲ୍ୟୁଟ୍‌ନାଣ୍ଟ ଜେନେରାଲ ନରୱାଣେଙ୍କୁ ୧୯୮୦ ଜୁନରେ ସିଖ୍‌ ଲାଇଟ୍‌ ଇନ୍‌ଫ୍ୟାଣ୍ଟ୍ରିର ୭ମ ବାଟାଲିୟନରେ କମିଶନ ପ୍ରଦାନ କରାଯାଇଥିଲା। ସେ ଜାତୀୟ ପ୍ରତିରକ୍ଷା ଏକାଡେମୀ ଏବଂ ଭାରତୀୟ ସୈନ୍ୟ ଏକାଡେମୀର ପୂର୍ବତନ ଛାତ୍ର ଥିଲେ। ନିଜର ୩୭ବର୍ଷର ସେବା କାଳରେ ସେ ଦେଶର ପୂର୍ବାଞ୍ଚଳ, ଜାମ୍ମୁ-କାଶ୍ମୀର ସହିତ ଶ୍ରୀଲଙ୍କାରେ ଭାରତୀୟ ଶାନ୍ତି ସୁରକ୍ଷା ବଳର ସଦସ୍ୟ ରୂପେ କାମ କରିଥିଲେ।

Comments