ନୂଆଦିଲ୍ଲୀ : କେନ୍ଦ୍ରର ମୋଦି ସରକାର ଦ୍ୱାରା ସଂସଦର ଉଭୟ ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ନାଗରିକତ୍ୱ ସଂଶୋଧନ ବିଲ୍ (କ୍ୟାବ୍) ୨୦୧୯କୁ ବହୁମତରେ ପାରିତ କରିବା ପରେ ଏବେ ଏହା ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପ୍ରାପ୍ତ କରି ନାଗରିକ ସଂଶୋଧନ ଆଇନ୍ ବା ସିଟିଜେନ୍ସିପି ଆମାଣ୍ଡମେଂଟ ଆକ୍ଟ (ସିଏଏ)ରେ ପରିଣତ ହୋଇସାରିଛି । ସଂସଦର ଉଭୟ ଗୃହରେ ଏହି ବିଲ୍କୁ ସେତେବେଳେ ବିରୋଧୀ କଂଗ୍ରେସ, ଟିଏମ୍ସି, ପିଡିପି, ଟିଡିପି, ସପା ଓ ବସପାଙ୍କ ସମେତ ଏଆଇଏମ୍ଆଇଏମ୍ର ପ୍ରମୁଖ ତଥା ହାଇଦ୍ରାବାଦ ସାଂସଦ ଅସଦୁଦୀନ ଓୱେସୀ ବିରୋଧ କରିଆସୁଥିଲାବେଳେ ଏବେ ମଧ୍ୟ ସଂସଦ ବାହାରେ ସିଏଏକୁ କଡ଼ା ବିରୋଧ କରୁଛନ୍ତି । ସେ ଏହି ଆଇନ୍କୁ ଦେଶରେ ରହୁଥିବା କୋଟି କୋଟି ମୁସଲିମ୍ଙ୍କ ସ୍ୱାର୍ଥବିରୋଧୀ ବୋଲି କହୁଛନ୍ତି ଯାହା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହୁଛନ୍ତି । ତେଣୁ ସର୍ବଦା ପାକିସ୍ତାନର ଭାଷା କହି ଦେଶର ବିକାଶକୁ ଅଟକାଇବାକୁ ଚେଷ୍ଟା କରୁଥିବା ଏଆଇଏମ୍ଆଇଏମ୍ର ପ୍ରମୁଖ ଓୱେସୀଙ୍କୁ ଭାରତର ନୂତନ ଜିନ୍ନା ବୋଲି ବିଭିନ୍ନ ମହଲରୁ କଟାକ୍ଷ ହେଉଛି । ଓୱେସୀଙ୍କ ଭଳି ସଂକୀର୍ଣ୍ଣମନା ରାଜନେତାମାନେ ଉଦ୍ଦେଶ୍ୟମୂଳକ ଭାବେ ସିଏଏକୁ ବିରୋଧ କରି ଦେଶରେ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ସାମ୍ପ୍ରଦାୟିକତା ଦ୍ୱୈଷ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଏହାର ପ୍ରତିଫଳନ ପୂର୍ବରୁ ଆସାମ, ତ୍ରିପୁରାରେ ଦେଖାଯାଇଥିଲାବେଳେ ଏବେ ଏହାର ପ୍ରତିଫଳନ ରାଜଧାନୀ ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଦେଖିବାକୁ ମିଳୁଛି । ବିରୋଧୀ ରାଜନେତାମାନେ ସେମାନଙ୍କ ରାଜନୈତିକ ଫାଇଦା ପାଇଁ ସିଏଏକୁ ନେଇ ଶସ୍ତା ରାଜନୀତି କରୁଛନ୍ତି ଏବଂ ଛାତ୍ର ଓ ଜନତାଙ୍କୁ ବିଭ୍ରାନ୍ତକର କଥା କହି ଦେଶରେ ଜଳାପୋଡ଼ା ଓ ହିଂସାକାଣ୍ଡ ଭିଆଉଛନ୍ତି । ହେଲେ ବାସ୍ତବରେ ସିଏଏ ହେତୁ କୌଣସି ଭାରତୀୟ ସେ ହିନ୍ଦୁ ହୁଅନ୍ତୁ ବା ମୁସଲିମ ବା ଅନ୍ୟ କୌଣସି ଜାତିର ଲୋକଙ୍କ କୌଣସି ଅଧିକାର ହନନ ହେଉନି । କିନ୍ତୁ କେବଳ ନିଜର ରାଜନୈତିକ ଫାଇଦା ଲାଭ ହେତୁ ସମସ୍ତ ବିରୋଧୀ ଦଳ ସିଏଏକୁ ବିରୋଧ କରି ଦେଶରେ ଦଙ୍ଗା ଓ ହିଂସାକାଣ୍ଡକୁ ପ୍ରୋତ୍ସାହନ କରି ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଦେଶର ହିନ୍ଦୁ ଓ ମୁସଲମାନଙ୍କ ବାଂଟିବାର କାମ ଓୱେସୀ କରୁଛନ୍ତି ଯାହା ସ୍ୱାଧୀନତା ପରେ ପାକିସ୍ତାନର ଜନକ ମହମ୍ମଦ ଅଲ୍ଲୀ ଜିନା କରି ଭାରତକୁ ୨ ଖଣ୍ଡ କରିଦେଇଥିଲେ । ଯଦି ଓୱେସୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଆପ୍ ନେତା ଅମାନତୁଲ୍ଲା ଖାନଙ୍କ ଭଳି ନେତାମାନେ ସିଏଏକୁ ନେଇ ଦେଶର ଜନସାଧାରଣଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରି ଦଙ୍ଗା ଜାରି ରଖାନ୍ତି ତା’ହେଲେ ଦେଶର ବିକାଶ କିଭଳି ସମ୍ଭବପର ହେବ ବୋଲି ବୁଦ୍ଧିଜୀବୀମାନେ ଉଦ୍ବେଗ ପ୍ରକାଶ କରିଛନ୍ତି ।

Comments
Post a Comment