ଲକ୍ଷେ୍ନø, ୨୮/୧୨ : ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଗତ ୨୦ ତାରିଖରେ ମେରଠରେ କିଛି ଉପଦ୍ରବକାରୀମାନେ ମୋଦି ସରକାର ବିରୋଧରେ ନାରାବାଜି କରିବା ସହ ‘ପାକିସ୍ତାନ ଜିନ୍ଦାବାଦ’ ବୋଲି କହିଥିଲେ । ଏହି ସମୟରେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ଲାଗି ପହଞ୍ôଚଥିବା ମେରଠ ଏସ୍ପି (ସିଟି) ଅଖିଳେଶ ନାରାୟଣ ଏହି ଉପଦ୍ରବକାରୀମାନଙ୍କୁ ଭର୍ତ୍ସନା କରି କହିଥିଲେ ଯେ, ଖାଇବ ଏଠି, ରହିବ ଏଠି କିନ୍ତୁ ଗାଇବ ଗୁଣ ପାକିସ୍ତାନର । ଯଦି ଭାରତରେ ରହିବାକୁ ଏତେ ଖରାପ ଲାଗୁଛି ତା’ହେଲେ ପାକିସ୍ତାନ ଚାଲିଯାଅ’ । ପରେ ଏହାର ଭିଡିଓ ସୋସାଲ ମିଡିଆରେ ଭାଇରାଲ ହୋଇଥିଲା । ଘଟଣାଟି ମେରଠର ଲିସାଡି ଗେଟ୍ ଅଞ୍ଚଳର ହୋଇଥିବା ଜଣାଯାଉଛି । ପ୍ରକାଶ୍ୟ ଯେ, ଏଠାରେ ଉପଦ୍ରବକାରୀମାନେ ସିଏଏକୁ ବିରୋଧ କରି ପୁଲିସ ଉପରକୁ ଭୀଷଣ ଟେକାପଥର ମାଡ଼ କରିବା ସହ ଗୁଳି ମଧ୍ୟ ଚଳାଇଥିଲେ ।

Comments
Post a Comment