ପାଟକୁରା,୧୬ ।୧୨ : କଟକ ଜିଲ୍ଲା ନିସ୍ଚିତକୋଇଲି ବ୍ଲକର ଅସୁରେଶ୍ୱର ଗୋରକ୍ଷଣୀ ପ୍ରତିଷ୍ଠାନର ପ୍ଲାଟିନମ ଜୁବୁଲି ଗତ ୧୪ ଓ ୧୫ ତାରିଖ ଦିନ ଧରି ଅନୁଷ୍ଠିତ ହେଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହିକାର୍ଯ୍ୟକ୍ରମରେ ପରୀର ଗଜପତି ମହାରାଜ ଦିବ୍ୟସିଂହଦେବ ଓ ଓଡିଶାର ରାଜ୍ୟାପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଗୋ ମାତା ସୁରକ୍ଷିତ ନ ହେଲେ ଦେଶ ଓ ଜାତି ପାଇଁ ଶୁଭଙ୍କର ନୁହେଁ ବୋଲି ମତ ପ୍ରକାଶ କରିଥିଲେ । ଗତ ୧୪ ତାରିଖ ପ୍ଲାଟିନମ ଜୁବୁଲିର ଉଦଘାଟନ ଉତ୍ସବରେ ପୁରୀ ରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ପ୍ରଦୀପ ପ୍ରଜ୍ଜଳନ ପୁର୍ବକ ଉତ୍ସବର ଶୁଭ ଉଦଘାଟନ କରିି କହିଲେ ଯେ ଦିନକୁ ଦିନ ସମାଜ ବିପଥଗାମୀ ହେଉଛି । ଆମର ମହାନ ଦେଶ ଭାରତର ଏ÷୍ୟତିହ , ସଂସ୍କୁତି , ପରମ୍ପାରା ଦୃତଗ୍ରତିରେ ଅବକ୍ଷୟ ଘଟୁଛି । ଆମେ ପାଶ୍ଚାତ୍ୟ ସଂସ୍କୁତିକୁ ଆପଣାର କରୁଥିଲା ବେଳେ ପାଶ୍ୱାତ୍ୟ ଦେଶର ଲୋକେ ଆମ ଦେଶର ଏ÷୍ୟକିହ ସଂସ୍କୁତି ଓ ପରମ୍ପରାକୁ ଆପଣାର କରିନେଉଛନ୍ତି । ଆମଦେଶ ର ଅମୁଲ୍ୟ ସମ୍ପଦ ଗୋ ସମ୍ପଦର ଅବକ୍ଷେୟ ଘଟୁଛି । ଏହାର ପ୍ରତିକାର ନିମନ୍ତେ ମନୁଷ୍ୟ ସଚେତନତା ହେଲେ ଭରାତବର୍ଷର ଉନ୍ନତୀସହ ଆମର ଉନ୍ନତୀ ହେବ । ଭାରତର ମୁଖ୍ୟ ସମସ୍ୟାର ସମାଧାନ ଲାଗି ଆଧ୍ୟାମିକ ଭାବେ ଜ୍ରାଗତ ହେବାକୁ ଏକାନ୍ତ ଆବଶ୍ୟକ । ଭରତର ଅସଲ ସମ୍ପତି ହେଉଛି ବୈାଦ୍ଧିକ ସଂସ୍କୁତି , ଗୋ ସେବା , ଗୋଭିକ୍ଷା ଓ ଗୋପାଳନ । ଉଦଘାଟନୀ ଉତ୍ସବରେ ମୁଖ୍ୟବକ୍ତା ରୁପେ ପୁରୀ କ୍ରିୟାନୁଷ୍ଠାନ ର ପରମହଂସ ପ୍ରଜ୍ଞାନନ୍ଦ ଗିରି ଯୋଗଦେଇ ଗୋ ମାତାର ପ୍ରତ୍ୟକ ଅଂଶ କିପରି ମାନବ ସମାଜ ନିମନ୍ତେ ଅତ୍ୟନ୍ତ ଉପକାରୀ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥିରୁପେ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ଯୋଗଦେଇକହିଥିଲେ ଯେ ଗୋ ମାତା ହେଉଛନ୍ତି ଭାରତବର୍ଷର ହୁତପିଣ୍ଡ । ଯେତେବେଳେ ଶିଶୁଟିଏ ଜନ୍ମନିଏ ସେ କ୍ଷୀର ମୁନ୍ଦେ ପିଇବା ପାଇଁ ଗୋ ମାତା ଉପରେ ନିର୍ଭର କରେ । ତା ବିନା ଏ ପୁଥିବୀରେ ବଂଚିବା ନିରର୍ଥକ ହେଇପଡେ । ଆମର ପୁର୍ବପୁରୁଷମାରେ ପରମ୍ପରା ଅନୁଯାୟୀ ଗୋପାଳନ କରିଆସୁଛନ୍ତି । ଆର୍ଯ୍ୟ ସମାଜରେ ବହୁ ଆଶ୍ରମରେ ଗୋପାଳନ ହେଉଛି । ଗୋ ପାଳନ ଓ ଗୋପୁଜନ ଦ୍ୱାରା ସମାଜର ଉନ୍ନତୀସାଧୀତ ହୁଏ । ଯେ ଗୋ ସେବା କରିଛି ତା ଜୀବନ ଧନ୍ୟ ହେଇଛି । ବିନା ଗୋ ସେବାରେ ମଣିଷ ପାଶ୍ୱାତ୍ୟ ଆଡକୁ ଅନୁକରଣ କରିବା କାରାଣରୁ ପରିବାରରେ ସମାଜର ବିଭିନ୍ନ ବିଶୃଖଳା ଦେଖାଦେଉଛି । ତେଣୁ ସମସ୍ତେ ଆଜିର ଦିନରେ ଶପଥ ନେଇ ଗୋ ସେବାରେ ନିଜକୁ ନିୟୋଜିତ କରି ନିଜ ଜୀବନରେ ଉନ୍ନତୀ କରିବା ସହ ପରିବାରରେ ଶାନ୍ତିସବୃଦ୍ଦି ଓ ସମାଜର ମଙ୍ଗଳ ହେବ ବୋଲି ରାଜ୍ୟପାଳ ଶ୍ରୀ ଲାଲ ଆହ୍ୱାନ ଦେଇଥିଲେ ।

Comments
Post a Comment