ଡାଭୋସ : କାଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟାପାର ହୋଇଥିଲାବେଳେ ଏଥିରେ ମଧ୍ୟସ୍ଥତା କରିବା ଲାଗି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ପ୍ରସ୍ତାବକୁ ପୁଣି ଥରେ ଭାରତ ଅଗ୍ରାହ୍ୟ କରିଦେଇଛି । ସ୍ୱିଜରଲ୍ୟାଣ୍ଡର ଡାଭୋସ ଠାରେ ଆୟୋଜିତ ବିଶ୍ୱ ଆର୍ଥିକ ମଞ୍ଚରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିବା ସମୟରେ କାଶ୍ମୀର ପ୍ରସଙ୍ଗରେ ସେ ଭାରତ ସହିତ କଥାବାର୍ତ୍ତା କରି ମଧ୍ୟସ୍ଥତା କରିବାକୁ ରାଜି ଅଛନ୍ତି ବୋଲି ଜଣାଇଥିଲେ । କିନ୍ତୁ କାଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟାପାର ଏବଂ ଏଥିରେ କୌଣସି ତୃତୀୟ ପକ୍ଷର ସ୍ଥାନ ନାହିଁ ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ରବିଶ କୁମାର ରୋକ୍ଠୋକ କହିଛନ୍ତି । ଏହି ମର୍ମରେ ଶ୍ରୀ ରବିଶ କୁମାର ଆହୁରି କହିଥିଲେ ଯେ, କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ହେବା ସହ ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିଲାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହାକୁ ଆନ୍ତଜାର୍ତୀୟ ରୂପ ଦେବା ପାଇଁ ଗତ କିଛି ମାସ ହେବ ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ବୈଶ୍ୱିକ ମଞ୍ଚରେ ଉପସ୍ଥାପନା କରିଚାଲିଛନ୍ତି । ମାତ୍ର ପ୍ରତିଟି ଥର ତାଙ୍କୁ ନିରାଶ ଓ ଅପମାନିତ ହେବାକୁ ପଡ଼ିଛି । ପାକିସ୍ତାନ ସର୍ବଦା ଦୋମୁହାଁ ନୀତି ଆପଣାଉଛି । ଗୋଟିଏ ପଟେ ସେ କାଶ୍ମୀରବାସୀଙ୍କ ଉପରେ ଭାରତ ଦମନଲୀଳା କରୁଛି ବୋଲି ଅଭିଯୋଗ କରିଆସୁଥିଲାବେଳେ ଅନ୍ୟପଟେ ନିଜ ଦେଶରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ଦେଇ ସେମାନଙ୍କୁ କାଶ୍ମୀରୀରେ ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳିବାକୁ ପଠାଉଛି । ଯଦି ସେ ପ୍ରକୃତରେ କାଶ୍ମୀରବାସୀଙ୍କ ପାଇଁ ଚିନ୍ତିତ ତା’ହେଲେ ପ୍ରଥମେ ପାକିସ୍ତାନ ତା’ ମାଟିରେ ଚଳାଇଥିବା ସମସ୍ତ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ବନ୍ଦ କରୁ ବୋଲି ରବିଶ କୁମାର କହିଥିଲେ । ତେଣୁ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଗେ ନିଜ ଦେଶରେ ସମ୍ମୁଖୀନ କରୁଥିବା ଆର୍ଥିକ ସଙ୍କଟ, ବେରୋଜଗାରୀକୁ ସାମ୍ନା କରନ୍ତୁ ପରେ ଅନ୍ୟ ଦେଶରେ ମୁଣ୍ଡ ଖେଳାଇବେ ବୋଲି ସେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭର୍ତ୍ସନା କରିଥିଲେ ।

Comments
Post a Comment