ମୁସଲିମଙ୍କୁ ପଚାରି କଂଗ୍ରେସ ସରକାର ଚଲାଉଥିଲା



ନୂଆଦିଲ୍ଲୀ : କଂଗ୍ରେସ ସର୍ବଦା ଭୋଟ୍‌ବ୍ୟାଙ୍କ ରାଜନୀତି କରି ସଂଖ୍ୟାଲଘୁ ମୁସଲିମଙ୍କୁ ତୁଷ୍ଟୀକରଣ କରିଆସିଛି । ମୂଳହିଁ କଂଗ୍ରେସ ଦେଶର ହିତକୁ ପଛକୁ ରଖି ଭୋଟ୍ ହାତେଇବା ଆଶାରେ ଦେଶର ମୁସଲିମ୍‌ଙ୍କୁ ସୁହାଇଲା ଭଳି ନୀତି ପୋଷଣ କରି ଆସଛି । ଏଣୁ ମୁସଲିମଙ୍କୁ ପଚାରି କଂଗ୍ରେସ ସରକାର ଚଳାଉଥିଲା ବୋଲି ବୁଧବାର ଆୟୋଜିତ ଏକ ପ୍ରେସ୍ କନଫରେନ୍ସକୁ ସମ୍ବୋଧିତ କରି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କଟୂ ଭର୍ତ୍ସନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ପୂର୍ବର ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଏବ ମୁସଲିମ ରାଷ୍ଟ୍ରୀୟ କଂଗ୍ରେସ ପାଲଟିଛି ବୋଲି ସେ କହିଛନ୍ତି । କେବଳ ନିଜର ରାଜନୈତିକ ଫାଇଦା ଲାଗି କଂଗ୍ରେସ ଦେଶରେ ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆରକୁ କଦର୍ଥ କରି ମୁସଲିମଙ୍କୁ ଅଯଥାରେ ଭୟଭୀତ କରୁଛି ବୋଲି ଶ୍ରୀ ପାତ୍ର କଟାକ୍ଷ କରିଛନ୍ତି ।

Comments