ବିଶ୍ୱ ସମ୍‌ାଦ କେନ୍ଦ୍ର କେନ୍ଦୁଝର ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ


କେନ୍ଦୁଝର: କେନ୍ଦ୍ର ସରକାରଙ୍କ ଦ୍ୱାରା ନିକଟରେ ଗୃହୀତ ନାଗରିକ ସଂଶୋଧନ  ଆଇନକୁ ନେଇ ଯେପରି ଭାବରେ ବିରୋଧି ଦଳ ପକ୍ଷରୁ ଅପପ୍ରଚାର ବିରୋଧଭାସ ସହ ରାଜନୈତିକ ରଙ୍ଗ ବୋଳା ଯାଇଛି । ସାଧାରଣରେ ସଚେତନତା ସୃଷ୍ଟି ଲକ୍ଷରେ ବିଶ୍ୱ ସମ୍ବାଦ କେନ୍ଦ୍ର କେନ୍ଦୁଝର ଶାଖା ପକ୍ଷରୁ ନଗର ଭବନ ଠାରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ବିଶ୍ୱ ସମ୍ବାଦ କେନ୍ଦ୍ର କେନ୍ଦୁଝର ଶାଖା ସଂଯୋଜକ  ଦେବରାଜ ଆଚାର୍ଯ୍ୟଙ୍କ  ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀ ଅରୁଣ କୁମାର ପଣ୍ଡା ମୁଖ୍ୟବକ୍ତା  ଭାବେ ଯୋଗଦେଇ ନାଗରିକ ସଂଶୋଧନ ନିୟମ ଦେଶ ଓ ବିଦେଶରେ ବସବାସ କରୁଥିବା ସଂଖ୍ୟାଲଘୁ ପୀଡିତଙ୍କ ସୁରକ୍ଷା ପାଇଁ ହୋଇଥିବା  ବେଳେ ବିରୋଧି ରାଜନୈତିକ ଦଳ ପକ୍ଷରୁ ଯେଭଳି ଭାବେ ରାଜନୈତିକ ରଙ୍ଗ ଛିଟାଯାଇ ଅପପ୍ରଚାର ଓ ବିରୋଧ କରାଯାଇଛି ତାହା ନିନ୍ଦନୀୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜିବୀ ଦୁଷ୍ମନ୍ତ କୁମାର ଜେନା ଓ  ସାମ୍ବାଦିକ ଦୀପକ କୁମାର ମହାନ୍ତ ଅତିଥି  ଭାବେ ଯୋଗଦେଇ  ନାଗରିକ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବାପରେ ବିଶେଷକରି ଶରଣାର୍ଥୀମାନଙ୍କୁ  ଏହାର ଫାଇଦା ମିଳିବାକୁ ଥିବାବେଳେ ବିରୋଧିଙ୍କ ପକ୍ଷରୁ ଅଯଥାରେ ସାଧାରଣରେ ବିଭ୍ରାନ୍ତିକର କରାଯିବା ଘଟଣା ଦୁଃଖର ବିଷୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲା ବଣିକ ସଂଘ ସଭାପତି କୌଳାଶ ଚନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ସେନା କର୍ମଚାରୀ ବଳଭଦ୍ର ସାହୁ, ଯୁବ ସମାଜସେବୀ ଦିଲ୍ଲୀପ କୁମାର ସାହୁଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ବିଭିନ୍ନ ସଂଗଠନର ପ୍ରମୁଖ କର୍ମକର୍ତ୍ତା  ଏହି ସମ୍ମିଳନୀରେ ଯୋଗ ଦେଇ ନାଗରିକ ସଂଶୋଧନ ଆଇନ ଏକ ଐତିହାସିକ ପଦକ୍ଷେପ ବୋଲି କହିବା ସହ ନିୟମର ସଠିକ୍ ଦିଗକୁ ବାଦ୍ ଦେଇ ସାଧାରଣରେ ଯେଭଳି ଭାବେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରାଯାଇ  ଦେଶବ୍ୟାପୀ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରାଯାଉଛି ତାହା ଆଗାମୀ ଦିନରେ ଦେଶ ପାଇଁ ବିପଦ ବୋଲି କହିଥିଲେ । ଶେଷରେ ବିଶ୍ୱ ସମ୍ବାଦ କେନ୍ଦ୍ର କେନ୍ଦୁଝର ସଦସ୍ୟ ବରଦା ପ୍ରସନ୍ନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


Comments