ରାଞ୍ôଚ : ଏବେ ସମଗ୍ର ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କେତେ ରାଜ୍ୟରେ ବିରୋଧୀ ରାଜନୈତିକ ଦଳଗୁଡ଼ିକର ପ୍ରରୋଚନାରେ ଉଗ୍ର ପ୍ରଦର୍ଶନ ଜାରି ରହିଥିଲାବେଳେ ଆଉ କେତେକ ରାଜ୍ୟରେ ଏହାକୁ ସର୍ମଥନ ମଧ୍ୟ କରାଯାଉଛି । ତେବେ ଗୁରୁବାର ଝାରଖଣ୍ଡର ଲୋହରଦଗା ଠାରେ ସିଏଏ ସମର୍ଥନରେ ବାହାରିଥିବା ଏକ ର୍ୟାଲି ଉପରେ ଏହାକୁ ବିରୋଧ କରୁଥିବା କିଛି ଲୋକ ପ୍ରବଳ ଟେକାପଥର ମାଡ଼ କରିଛନ୍ତି । ଏହି ଟେକାପଥର ମାଡ଼ରେ ସିଏଏ ସମର୍ଥନ ର୍ୟାଲିରେ ସାମିଲ ଥିବା ଅନେକ ଲୋକ ଆହତ ହୋଇଛନ୍ତି । ସେପଟେ ଶାନ୍ତି ଶୃଙ୍ଖଳା ଭାବେ ସିଏଏକୁ ସମର୍ଥନ କରି ବାହାର କରାଯାଇଥିବା ର୍ୟାଲି ଉପରକୁ ଏଭଳି ଟେକାପଥର ମାଡ଼ କରିବାକୁ ବିଜେପି ସାଂସଦ ସୁଦର୍ଶନ ଭଗତଙ୍କ ସମେତ ବିଶ୍ୱ ହିନ୍ଦୁପରିଷଦର ନେତାମାନେ କଡ଼ା ନିନ୍ଦା କରିଛନ୍ତି । ସଂସଦର ଉଭୟ ଗୃହରେ ବହୁମତରେ ପାରିତ ହୋଇ ମହାମହିମ ରାଷ୍ଟ୍ରପତିଙ୍କ ନିକଟରୁ ଅନୁମୋଦିତ ହୋଇସାରିଥିବା ସିଏଏକୁ ସମସ୍ତ ରାଜ୍ୟ ସରକାର ସେମାନଙ୍କ ରାଜ୍ୟରେ ଲାଗୁ କରିବାକୁ ବାଧ୍ୟ ବୋଲି ଜାଣିସାରିବା ପରେ ବିଶେଷ କରି ନିଜ ନିଜ ରାଜ୍ୟରେ ଭୋଟ୍ବ୍ୟାଙ୍କ୍ ରାଜନୀତି କରୁଥିବା ଦଳଗୁଡ଼ିକ ଏହାକୁ ବିରୋଧ କରୁଛନ୍ତି ବୋଲି ରାଜ୍ୟ ବିଜେପି କହିଛି ।

Comments
Post a Comment