ଏପ୍ରିଲ ୧ରୁ ଘଣ୍ଟାଏରେ ମିଳିବ ଜମିବାଡ଼ି କାଗଜପତ୍ର

ଏପ୍ରିଲ ୧ରୁ ମାତ୍ର ଏକ ଘଣ୍ଟା ସମୟ ମଧ୍ୟରେ ଜମିବାଡ଼ି କାଗଜପତ୍ର ମିଳିପାରିବ। ଯାହାଦ୍ବାରା ଜମିବାଡ଼ି କାଗଜପତ୍ର ପାଇଁ ଲୋକମାନଙ୍କ ଆଉ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏନେଇ ଶୁକ୍ରବାର ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ରାଜ୍ୟରେ ଅନେକ କଲେଜ ପ୍ରତିଷ୍ଠା ହେଉଥିଲେ ହେଁ ସେସବୁ ଗୁଡିକର ନିଜସ୍ୱ ଜମି ନାହିଁ । ତେଣୁ ଜମି ପାଇଁ ଆବେଦନ କରିବାପାଇଁ ସମ୍ପୃକ୍ତ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
 ଯେଉଁ ତହସିଲଦାର କାମ ବାକିଆ ରଖିଛନ୍ତି ସେମାନଙ୍କ  ଛୁଟି ବାତିଲ କରାଯାଉଛି ।ଫେବୃଆରୀ ୫ ତାରିଖ ମଧ୍ୟରେ ଜମି ଆବେଦନକାରୀଙ୍କ କାଗଜପତ୍ର କାମ ଶେଷ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ବ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି

Comments