୬ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଭାରତ

Virat Kohli shone with a match-winning contribution in his 1st-ever T20I in New Zealand (AP Photo)

ଅକ୍‌ଲାଣ୍ଡ :  ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ର ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚରେ ଭାରତ ୨୦୦ରୁ ଊର୍ଦ୍ଧ୍ୱ ରନ ଚେଜ୍ ୪ର୍ଥ ଥର ପାଇଁ କରି ରେକର୍ଡ କରିଛି । ଅଷ୍ଟ୍ରେଲିଆ ୨ଥର ଏବଂ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ବାଂଲାଦେଶ ଥରେ ଲେଖାଏଁ ବିଜୟୀ ହୋଇଛନ୍ତି । ପୂର୍ବରୁ ଭାରତ ଶ୍ରୀଲଙ୍କା ବିପକ୍ଷରେ (୨୦୦୯) , ଅଷ୍ଟ୍ରେଲିଆ ବିପକ୍ଷରେ (୨୦୧୩), ୱେଷ୍ଟଇଣ୍ଡିଜ ବିପକ୍ଷରେ(୨୦୧୯) ୨୦୦ରୁ ଊର୍ଦ୍ଧ୍ୱ ରନ ଚେଜ୍ କରି ବିଜୟୀ ହୋଇଥିଲା ।  
 ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟରୁ ଶୁଭାରମ୍ଭ କରିଛି । ଶ୍ରେୟସ ଆୟର ଓ ଲୋକେଶ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡ ଗସ୍ତରେ ତା’ର ପ୍ରଥମ ଟି-୨୦ ମ୍ୟାଚ୍‌ରେ ୬ ୱିକେଟ୍‌ରେ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ତା’ର ତିନି ଅଭିଜ୍ଞ ଖେଳାଳି କ୍ଲିନ୍ ମୁନରୋ (୫୯), ଅଧିନାୟକ କେନ୍ ୱିଲିୟମସନ୍ (୫୧) ଓ ରସ୍ ଟେଲର (ଅପରାଜିତ ୫୪)ଙ୍କ ଅର୍ଦ୍ଧାତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୩ ରନ୍‌ର ବିଶାଳ ସ୍କୋର କରିଥିଲା । ଜବାବରେ ଭାରତ ଗୋଟିଏ ଓଭର ବାକି ଥାଇ ୪ ୱିକେଟ୍ ହରାଇ ମ୍ୟାଚ୍‌କୁ ଜିତି ନେଇଛି । ଭାରତ ବିଜୟରେ ଆୟର ନିର୍ଣ୍ଣାୟକ ଭୂମିକା ବହନ କରିଥିଲେ । ଆୟର ମାତ୍ର ୨୭ ବଲରେ ୫୪ ( ୫ ଚୌକା, ୩ଛକା) ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ । ତାଙ୍କ ସହ ମନିଷ ପାଣ୍ଡେ ୧୪) ପଞ୍ଚମ ୱିକେଟ୍ ପାଇଁ ଅପରାଜିତ ୬୨ ରନ୍ ଯୋଡି ଭାରତକୁ ବିଜୟୀ କରାଇଥିଲେ । ଏମାନଙ୍କ ବ୍ୟତୀତ କେଏଲ୍ ରାହୁଲ ୫୬, ଅଧିନାୟକ ବିରାଟ କୋହଲି ୪୫ ରନ୍‌ର ଉପଯୋଗୀ ଯୋଗଦାନ କରିଥିଲେ । ପୂର୍ବରୁ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳର ଅଲରାଉଣ୍ଡର ଶିବମ ଦୁବେ ଏବଂ ରବୀନ୍ଦ୍ର ଜାଡେଜାଙ୍କ ସମେତ ୬ ବୋଲରଙ୍କୁ ନେଇ ଓହ୍ଲାଇଥିଲେ । ୟୁଜବେନ୍ଦ୍ର ଚହଲଙ୍କୁ କୁଲଦୀପ ଯାବ ଏବଂ ଶ୍ରଦ୍ଧାଲୁ ଠାକୁରଙ୍କୁ ନଭଦୀପ ସାଇନିଙ୍କ ସ୍ଥାନରେ ସାମିଲ କରାଯାଇଥିଲା । ନ୍ୟୁଜିଲାଣ୍ଡ ଦ୍ରୁତ ଆରମ୍ଭ କରିଥିଲେ । ଦୁଇ ବିସ୍ଫୋରକ ଓପ୍ନର ମାର୍ଟିନ୍ ଗୁପ୍ଟିଲ ଓ କ୍ଲିନ୍ ମୁନରୋ ପାୱାର ପ୍ଳେ’ରେ ୬୮ ରନ୍ ଯୋଡିଥିଲେ । ଭାରତ ବିପକ୍ଷ ଟି-୨୦ କ୍ରିକେଟ୍‌ରେ ପାୱାର ପ୍ଲେ’ରେ ନ୍ୟୁଜିଲାଣ୍ଡର ଏହା ସର୍ବାଧିକ ସ୍କୋର । ଭାରତ ପ୍ରଥମ ୮ ଓଭରରେ ୬ ବୋଲରଙ୍କୁ ଲଗାଇଥିଲା । ଦୁବେ ଓପ୍ନର ମାର୍ଟିନ ଗୁପ୍ଟିଲଙ୍କୁ ଆଉଟଇ କରି ଏହି ଭାଗୀଦାରକୁ ଭାଙ୍ଗିଥିଲେ । ଏହାପରେ ଅଧିନାୟକ ୱିଲିୟମସନ ମଇଦାନକୁ ଆସିଥିଲେ ଏବଂ ସେ ମୁନରୋଙ୍କ ସହ ୨୪ ବଲରେ ୩୬ ରନ୍ ଯୋଡିଥିଲେ । ମୁନରୋ ୩୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଠାକୁର ମୁନରୋଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ । ମୁନରୋ ୪୨ ବଲରେ ୬ ଚୌକା ଓ ୨ ଛକା ବଳରେ ୫୯ ରନ୍ କରିଥିଲେ । ମୁନରୋଙ୍କ ଆଉଟ ହେବାର ଦୁଇଟି ବଲ୍ ପରେ ରବୀନ୍ଦ୍ର ଜାଡେଜା କ୍ଲିନ୍ ଡି’ଗ୍ରାଣ୍ଡଡହୋମ୍ (୦)ଙ୍କୁ ଆଉଟ୍ କରିଥିଲେ । ନ୍ୟୁଜିଲାଣ୍ଡ ସ୍କୋର ୧୩ ଓଭରରେ ୩ୱିକେଟ୍ ହରାଇ ୧୧୭ ରନ୍‌ରେ ଥିଲା । ଏହାପରେ ଟିମ୍‌ଣ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ୱିଲିୟମସନ ଓ ରସ୍ ଟେଲର ଦ୍ରୁତ ରନ୍ ସଂଗ୍ରହ କରିଥିଲେ । ଦୁହେଁ ୨୮ ବଲରେ ୬୧ ରନ୍‌ର ଭାଗିଦାରୀ କରିଥିଲେ । ୱିଲିୟମସନ ୨୬ ବଲରେ ୪ ଚୌକା ଓ ୪ ଛକା ସହାୟତାରେ ୫୧ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ବଲରେ କୋହଲିଙ୍କ ଦ୍ୱାରା ଧରାପଡିଥିଲେ । ଟେଲର ନ୍ୟୁଜିଲାଣ୍ଡ ସ୍କୋର ୨୦୦ ଅତିକ୍ରମ କରାଇଥିଲେ । ସେ ୨୭ ବଲରେ ୩ ଚୌକା ଓ ୩ ଛକା ସହାୟତାରେ ୫୪ ରନ୍ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ଚହଲ, ଦୁବେ ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ୨୦୪ ରନ୍‌ର ଲକ୍ଷ୍ୟ ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଅଭିଜ୍ଞ ଓପ୍ନର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ । ରୋହିତଙ୍କ ପ୍ୟାଭିଲିୟନ ଫେରିବା ପରେ ରାହୁଲ ଓ ଅଧିନାୟକ କୋହଲି ଜବରଦସ୍ତ ଇନିଂସ ଖେଳିଥିଲେ । ଦୁହେଁ ନ୍ୟୁଜିଲାଣ୍ଡର ସବୁ ବୋଲରଙ୍କୁ ଆଟାକ୍ କରିଥିଲେ । ରାହୁଲ ନିଜର ଆକର୍ଷଣୀୟ ଫର୍ମ ବଜାୟ ରଖି ମାତ୍ର ୨୩ ବଲରେ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ । ଅନ୍ୟପଟେ କୋହଲି ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ । ଦୁହେଁ ୮.୪ ଓଭରରେ ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ । ଭାରତର ସ୍କୋର ୧୧୫ ଥିବା ବେଳେ ରାହୁଲ ବଡ୍ ସଟ୍ ମାରିବାକୁ ଯାଇ ନିଜ ୱିକେଟ୍ ହରାଇଥିଲେ । ତାଙ୍କ ପରେ କୋହଲି ମଧ୍ୟ ପ୍ୟାଭିଲିୟନ ଫେରିଥିଲେ । ଦୁବେ (୧୩) ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ୧୪୨ ରନ୍‌ଷର ୪ ୱିକେଟ୍ ହରାଇବା ପରେ ଭାରତ ବ୍ୟାକ୍‌ଫୁଟ୍‌କୁ ଚାଲି ଆସିଥିଲା । କିନ୍ତୁ ଆୟର ଓ ମନିଷ ରନ୍ ଗତି କାଏମ ରଖି ବ୍ୟାଟିଂ କରି ଭାରତର ବିଜୟକୁ ସହଜ କରିଦେଇଥିଲେ । ବିଶେଷକରି ଆୟର ନ୍ୟୁଜିଲାଣ୍ଡ ବୋଲରଙ୍କ ଉପରେ ଆଧିପତ୍ୟ ବିସ୍ତାର କରି ଛକା ଓ ଚୌକା ବର୍ଷା କରିଥିଲେ ।

Comments