କଟକ : କଟକରେ ହେବାକୁ ଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୪ତମ ରାଜ୍ୟ ଅଧିବେଶନ ପାଇଁ ସ୍ଥାନୀୟ ବସୁନ୍ଧରା ପଡିଆ, ବିଡାନାସୀରେ ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜାନୁଆରୀ ୩୧ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ହେବାକୁଥିବା ଏହି ଅଧିବେଶନର ପରିଚାଳନା ସମିତିର ଅଧ୍ୟକ୍ଷ ସୈାରଚନ୍ଦ୍ର ମହାପାତ୍ର, ସଂରକ୍ଷକ ଡଃ କିଶନ୍ଲାଲ ଅଗ୍ରୱାଲ, ଡଃ ମାନସ ସାହୁ, ଅଧିବକ୍ତା ଅନୁପ କୁମାର ବୋଷ, ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ନାୟକ, କୋଷାଧ୍ୟକ୍ଷ ଚନ୍ଦନା ଦାସ ଏବଂ ଆବାହକ ଡ ଯୋଗ ଶଙ୍କର ମହାପ୍ରସସ୍ଥ ପ୍ରମୁଖ ଉପସ୍ଥିତ ଥିଲେ । ଅଧିବେଶନର ବ୍ୟବସ୍ଥା ପ୍ରମୁଖ ଡ ଜ୍ୟୋର୍ତିମୟ ନାୟକ, ସହ ବ୍ୟବସ୍ଥା ପ୍ରମୁଖ ସହଦେବ ସାହୁ, ମହାନଗର ସମ୍ପାଦିକା ସୁଶ୍ରୀ ରାକ୍ଷୀ ନାୟକ ପ୍ରମୁଖ ଉପସ୍ଥିତ ରହି ଭୂମି ପୂଜା ଉତ୍ସବରେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ୩ ଦିନିଆ ଏହି ଅଧିବେଶନକୁ ରାଜ୍ୟର ପ୍ରମୁଖ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ପ୍ରାୟ ଏକ ହଜାର ବିଦ୍ୟାର୍ଥୀ ପ୍ରତିନିଧି ଯୋଗ ଦେଇ ରାଜ୍ୟ ତଥା ଦେଶର ଶିକ୍ଷା ଓ ସାମାଜିକ ସ୍ଥିତି ଉପରେ ଆଲୋଚନା କରିବା ସହ ବିଭିନ୍ନ ସମ୍ବେଦନଶୀଲ ପ୍ରସଙ୍ଗକୁ ନେଇ ପ୍ରସ୍ତାବ ପାରିତ ହେବ ।

Comments
Post a Comment