କେନ୍ଦୁଝର, ୨୯ା୧ : ବହୁଜନ କ୍ରାନ୍ତି ମୋର୍ଚ୍ଚା ତରଫରୁ ବୁଧବାର ଦିନ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହିକ୍ରମରେ ବୁଧବାର ସକାଳୁ ବହୁଜନ କ୍ରାନ୍ତି ମୋର୍ଚ୍ଚାର କର୍ମୀମାନେ କେନ୍ଦୁଝର ସହର ସମେତ ବିଭିନ୍ନ ସ୍ଥାନରେ ପିକେଟିଂ କରି ଗାଡିମୋଟର ବନ୍ଦ କରିଥିଲେ । ସିଏଏ ଓ ଏନ୍ଆର୍ସିକୁ ବିରୋଧ କରି କରାଯାଇଥିବା ଏହି ଭାରତ ବନ୍ଦ ବେଳେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଆନ୍ଦୋଳନକାରୀମାନେ ଭାରତ ବିରୋଧି ନାରା ଦେଇଥିବା ଅଭିଯୋଗ ହୋଇଥିଲା । ଏହାପରେ କେନ୍ଦୁଝର ଟାଉନ ଥାନାରେ ୨ଟି ଏତଲା ଦାଏର କରାଯାଇଥିବାବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ଦେଖି ପୋଲିସ ୩୦ରୁ ଉର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ବହୁଜନ କ୍ରାନ୍ତି ମୋର୍ଚ୍ଚାର ଜିଲ୍ଲା ସଂଯୋଜକ ଆଲୋକ କୁମାର ମହାନ୍ତ, ଆଇନଜୀବୀ ତଥା ବହୁଜନ ମୁକ୍ତି ମୋର୍ଚ୍ଚାର ରାଜ୍ୟ ଉପସଭାପତି ରମେଶ ଲାଗୁରୀ, ବହୁଜନ କ୍ରାନ୍ତି ମୋର୍ଚ୍ଚାର ପୂର୍ଣ୍ଣକାଳୀନ ରାଜ୍ୟ ପ୍ରଚାରକ ଠାକୁର କୁମାର ମଙ୍ଗରାଜ, କେନ୍ଦୁଝର ବୁଲାଦ୍ୱାରସାହିର ମୌଲାନା ତାହିର ହୁସେନ, ବହୁଜନ କ୍ରାନ୍ତି ମୋର୍ଚ୍ଚାର ରାଷ୍ଟ୍ରିୟ ପ୍ରଚାରକ ଶୁକ୍ରୁକାନ୍ତ ଦଳବେହେରା ପ୍ରମୁଖଙ୍କ ନେତୃତ୍ୱରେ କେନ୍ଦୁଝର ସହରର ଗାନ୍ଧୀଛକଠାରେ ରାସ୍ତା ଅବରୋଧ କରାଯାଇଥିଲା । ଫଳରେ ଜାତୀୟ ରାଜପଥ ୪୯ ଏବଂ ମଣ୍ଡୁଆମାଧପୁର ରାସ୍ତାରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏଭଳି ପରିସ୍ଥିତିରେ କେତେକ ଆନ୍ଦୋଳନକାରୀ ଦେଶ ବିରୋଧ ନାରା ଦେଇଥିଲେ । ଏହାକୁ କେନ୍ଦୁଝର ସହରର ଅନେକ ବୁଦ୍ଧିଜୀବୀ ପ୍ରତିବାଦ କରିଥିବାବେଳେ ସଂପୃକ୍ତ ଆନ୍ଦୋଳନକାରୀଙ୍କୁ ପୋଲିସର ଜିମା ଦେଇଥିଲେ । ଏହି କଥା ପ୍ରଚାର ହେବା ପରେ ସାରା ସହରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଟାଉନ ପୋଲିସ ଆନ୍ଦୋଳନକାରୀମାନଙ୍କ ମଧ୍ୟରୁ ୩୦ରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ଥାନାକୁ ଉଠାଇ ନେଇଥିଲା । ଆନ୍ଦୋଳନକାରୀମାନେ ରାସ୍ତାରୁ ହଟିଯିବା ପରେ ଗାଡିମୋଟର ଚଳାଚଳ ସ୍ୱାଭାବିକ ହୋଇଥିଲା । ସହରର ଦୋକାନ ବଜାର,ସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ,ଏଲ୍ଆଇସି କାର୍ଯ୍ୟାଳୟ ସ୍ୱାଭାବିକ ରହିଥିଲା । ଅପରପକ୍ଷରେ ଜଣେ ମହିଳା ସମାଜସେବୀଙ୍କୁ ଆନ୍ଦୋଳନକାରୀ ମାନେ ଅଶାଳୀନ ବ୍ୟବହାର କରିବା ଏବଂ ଦେଶ ବିରୋଧି ସ୍ଲୋଗାନ ଦେବା ପ୍ରତିବାଦରେ କେନ୍ଦୁଝରର କେତେକ ସଚେତନ ନାଗରିକଙ୍କ ପକ୍ଷରୁ ଟାଉନ ଥାନାରେ ଏକ ଏତଲା ଦାଏର କରିଥିଲେ । ଏତଦ୍ଭିନ୍ନ କେନ୍ଦୁଝର ଓକିଲ ସଂଘ ତରଫରୁ ଆଡହକ୍ କମିଟି ଅଧ୍ୟକ୍ଷା ସଙ୍ଗୀତା ସିଂଙ୍କ ନେତୃତ୍ୱରେ ଦେଶ ବିରୋଧି ନାରା ଦେଇଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦୁଝର ଟାଉନ ଥାନାରେ ଅନ୍ୟ ଏକ ଏତଲା ଦାଏର କରାଯାଇଥିଲା । ଏବାବଦରେ କେନ୍ଦୁଝର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରକାଶ ଜେମସ ଟପୋଙ୍କୁ ପଚରାଯିବାରୁ ବିଜେପି ତରଫରୁ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ଏକ ଏତଲା ଦାଏର ହୋଇଛି, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

Comments
Post a Comment