ଚମ୍ପୁଆ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ

ଚମ୍ପୁଆ ,୩୧ା୧  : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଦ୍ୟାଳୟର ସଭାପତି ଏକାଦଶୀଆ ମହାନ୍ତଙ୍କ ଅଧ୍ୟକ୍ଷତାରେ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଶ୍ରୀମତୀ ତିଳୋତ୍ତମା ମହାନ୍ତ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସମ୍ପାଦକ ଗଙ୍ଗାଧର କର ଯୋଗଦେଇ ଉକ୍ତ ସଭାର ଆଭିମୁଖ୍ୟ କଥନ ଓ ସ୍ୱାଗତ ଭାଷଣ ଦେବା ଛଳରେ ମାଆମାନଙ୍କୁ ଭାରତୀୟ ମହାନ୍ ସଂସ୍କୃତି ଓ ପରମ୍ପରା ଅତିତରେ କିପରି ମହାନ୍ ସଂସ୍କୃତି ଓ ପରମ୍ପରା ଅତିତରେ କିପରି ମହାନ୍ ଥିଲେ ଏ ବିଷୟରେ କହିଥିଲେ । ପ୍ରଧାନାଚାର୍ଯ୍ୟ ଧରଣୀଧର ଦାସ ହିନ୍ଦୁ ଘରର ସଂକଳ୍ପନା ଓ ଆଦର୍ଶ ନାରୀରର ଲକ୍ଷଣ ବିଷୟରେ ବିଷଦ୍‌ଭାବେ ବର୍ଣ୍ଣନା କରିଥିଲେ । ସଭାପତି ଏକାଦଶୀଆ ମହାନ୍ତ ଭାରତୀ ସଂସ୍କୃତିର ଉଦ୍ଧାର କରିବାକୁ ମାଆମାନଙ୍କୁ ଆହ୍ୱାନ କରିଥିଲେ । ଉପସଭାପତି ଅରୁଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଦସ୍ୟା କୁମୁଦିନୀ ନାୟକ ଯୋଗଦେଇଥିଲେ । ଆଚାର୍ଯ୍ୟା ସରଳା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ବବିତା ଗୋପ ମଞ୍ଚ ପରିଚାଳନା କରିଥିଲେ । ଏ ଅବସରରେ ମାଆମାନଙ୍କ ମଧ୍ୟରେ ସଂଗୀତ ପ୍ରତିଯୋଗିତା, ଗଳ୍ପକଥନ ଓ କୁଇଜ ପ୍ରତିଯୋଗିତା କରାଯାଇ ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗଦେଇ କାର୍ଯ୍ୟକ୍ରମରୁ ସଫଳ କରିଥିଲେ ।

Comments