ମେରଟ : ଆମେ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଆଣିବାକୁ ପ୍ରତିଜ୍ଞା କରିଥିଲୁ ଆଣିଲୁ । ଆମେ କିଛି ଅପରାଧ କରିନୁ । ଏହାକୁ ବିରୋଧୀ ତାଙ୍କର ରାଜନୈତିକ ଫାଇଦା ଲାଗି କଦର୍ଥ କରି ହିନ୍ଦୁ-ମୁସଲିମ୍ର ରାଜନୈତିକ ରୂପ ଦେଉଛନ୍ତି । ହେଲେ ସମସ୍ତେ ନିଶ୍ଚିନ୍ତ ହୋଇ ରୁହନ୍ତିୁ ସିଏଏ ଦେଶରେ ଲୋକଙ୍କୁ ନାଗରିକତା ଦେବା ନିମନ୍ତେ ପ୍ରସ୍ତୁତ କରାଯାଇଛି କାହାରି ଠାରୁ ନାଗରିକତା ଛଡ଼ାଇ ନେବାକୁ ନୁହେଁ ବୋଲି ମେରଟରେ ସିଏଏର ସମର୍ଥନରେ ଆେୟୋଜିତ ଏକ ର୍ୟାଲିକୁ ସମ୍ବୋଧିତ କରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମତବ୍ୟକ୍ତ କରିଛନ୍ତି । ଏଥିସହିତ ସିଏଏକୁ ନେଇ ସବୁଠାରୁ ଅଧିକ ଚିନ୍ତିତ ଓ ସଂଶୟରେ ରହିଥିବା ଦେଶର ମୁସଲିମମାନଙ୍କୁ ସେ ନିର୍ଭୟବାଣୀ ଦେଇ କହିଛନ୍ତି ଯେ, ଦେଶର ମୁସଲମାନମାନଙ୍କୁ କେହି ବି ଛୁଇଁପାରିବେ ନାହିଁ । ଏହି ମର୍ମରେ ସେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଦ୍ୱାରା କୁହାଯାଇଥିବା ଏକ କଥାକୁ ଉପସ୍ଥାପନା କରି କହିଥିଲେ ଯେ, ମହାତ୍ମା ଗାନ୍ଧି ଧର୍ମରେ ଆଧାରରେ ଦେଶକୁ ବଣ୍ଟା ନଯାଉ ବୋଲି ଚାହୁଁଥିଲେ । ଭାରତ ବିଭାଜନ ପରେ ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିୟାନମାନଙ୍କୁ ଯଦି ସେଠାରେ ଧର୍ମ ଆଧାରରେ ଉତ୍ପୀଡ଼ନ ଦିଆଯାଉଛି ଏବଂ ସେମାନେ ତାହାକୁ ସହ୍ୟ କରିନପାରି ଘରଦ୍ୱାର ଓ ଭିଟାମାଟି ଛାଡ଼ି ଭାରତକୁ ପଳାଇ ଆସି ଏଠାରେ ଆଶ୍ରୟ ନେଉଛନ୍ତି ତା’ହେଲେ ସେମାନଙ୍କୁ ନାଗରିକତା ପ୍ରଦାନ କରାଯାଉ । ଆମର ମୋଦି ସରକାର ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ଧର୍ମୀୟ ପ୍ରତାଡ଼ନା ପାଇ ଘରଦ୍ୱାର ଓ ଭିଟାମାଟି ଛାଡ଼ି ଭାରତରେ ଶରଣ ନେଇଥିବା ହଜାର ହଜାର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଓ ପାର୍ସୀମାନଙ୍କୁ ସିଏଏ ଜରିଆରେ ନାଗରିକତା ପ୍ରଦାନ କରି ମହାତ୍ମା ଗାନ୍ଧି କହିଥିବା କଥାକୁ ସାକାର କରୁଛନ୍ତି । ତା’ହେଲେ ଏହାକୁ ନେଇ ବିରୋଧୀ କଂଗ୍ରେସ ଓ ତା’ର ସହଯୋଗୀଦଳଗୁଡ଼ିକ କ’ଣ ପାଇଁ ବିରୋଧ କରୁଛନ୍ତି ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଶ୍ନ କରିଥିଲେ । ପୁନଶ୍ଚ ସେ ଜାତୀୟ ନାଗରିକତା ପଞ୍ଜିକା (ଏନ୍ଆର୍ସି) ମର୍ମରେ କହିଥିଲେ ଯେ, ଏହାର ପ୍ରସ୍ତୁତି ସ୍ୱାଧୀନତା ପରେ ହୋଇଥିଲା । ଦେସଶରେ ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ହିତ ଲାଗି ନିୟମ ପ୍ରଣୟନ ହେବା ପରେ ତତ୍କାଳୀନ ସରକାର ଦେଶରେ ଏନ୍ଆର୍ସି କୁ ଲାଗୁ କରିଥିଲେ । ସେହିପରି ଜାତୀୟ ଜନସଂଖ୍ୟା ରେଜିଷ୍ଟ୍ରାର ବା ଏନ୍ପିଆରକୁ ମଧ୍ୟ ମୋଦି ସରକାର ନୁହେଁ ବରଂ କଂଗ୍ରେସ ପ୍ରସ୍ତୁତ କରି ଦେଶରେ ଲାଗୁ କରାଇଥିଲା । ତା’ହେଲେ କ’ଣ ଦେଶରେ ବସବାସ କରୁଥିବା ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ବା ଡାଟାବେସ ସରକାରଙ୍କ ନିକଟରେ ରହିବା ଆବଶ୍ୟକ ନୁହେଁ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ପ୍ରଶ୍ନ କରିଥିଲେ । ତେବେ ସିଏଏ, ଏନ୍ଆରସି ଓ ଏନ୍ପିଆରକୁ ନେଇ ଦେଶର ମୁସଲମାନ ଭାଇଭଉଣୀମାନେ ବିଲକୁଲ ଚିନ୍ତିତ ହୁଅନ୍ତୁ ନାହିଁ ଓ ସେମାନଙ୍କୁ କେହିବି ଏହାର ଆଧାରରେ ଛୁଇଁବେ ନାହିଁ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ସେମାନଙ୍କୁ ନିର୍ଭୟବାଣୀ ଶୁଣାଇଥିଲେ । ଏହି ଅବସରରେ ୨୦୨୨ରେ ଦେଶର ସମସ୍ତ ପରିବାରଙ୍କୁ ରହିବା ଲାଗି ପକ୍କା ଘର ଏବଂ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।

Comments
Post a Comment