ନୂଆଦିଲ୍ଲୀ, ୨୫/୧ : ପଞ୍ଜାବରେ ଏକରକମ ନିଶ୍ଚିହ୍ନ ହୋଇଯାଇଥିବା ଖାଲିସ୍ତାନୀ ଆତଙ୍କବାଦକୁ ପୁଣି ଥରେ ସକ୍ରିୟ କରିବାକୁ ଚାହୁଁଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ । ଏଥିପାଇଁ ଆଇଏସ୍ଆଇ ପାକିସ୍ତାନରେ ଆତ୍ମଗୋପନ କରୁଥିବା ଶିଖ ଆତଙ୍କବାଦୀ ହରମୀତ ସିଂହ ଓରଫ ପିଏଚ୍ଡିକୁ ଦାୟିତ୍ୱ ଦେଇଛି । ପିଏଚ୍ଡି ପଞ୍ଜାବ, କାଶ୍ମୀର ଓ ଦିଲ୍ଲୀରେ କୋକେନ, ହେରୋଇନ ଆଦି ମାରାତ୍ମକ ଡ୍ରଗ୍ସର ଚୋରାଚାଲାଣ କରିବା ସହ ପଞ୍ଜାବରେ ଆତ୍ମଗୋପନ କରିଥିବା ଖାଲିସ୍ତାନ ଲିବରେସନ ଫୋର୍ସ (କେଏଲ୍ଏଫ୍)ର ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ରର ଯୋଗାଇବା ଲାଗି ଉଦ୍ୟମ କରୁଛି । ଏଥିସହ ପଞ୍ଜାବରେ ଥିବା ଆର୍ଏସ୍ଏସ୍ ଓ ଶିବସେନାର ନେତାମାନଙ୍କୁ ହତ୍ୟା କରିବା ଲାଗି ହରମିତ ସିଂହ ଓରଫ ପିଏଚ୍ଡି ଷଡ଼ଯନ୍ତ୍ର କରୁଛି ବୋଲି ଜାତୀୟ ତଦନ୍ତକାରୀ ସଂସ୍ଥା ଆଇଏନ୍ଏ କହିଛି । ଏଥିପାଇଁ ତାକୁ ବ୍ରିଟେନ୍ ଓ ଇଟାଲୀରେ ରହୁଥିବା ହରମିତର ୨ ସାଥୀ ଗୁରଶରଣ ବୀର ଓ ଗୁରଜିନ୍ଦର ପ୍ରଚୁର ପରିମାଣରେ ଟଙ୍କା ଦେଉଛନ୍ତି ବୋଲି ଏନ୍ଆଇଏ ଜାଣିପାରିଛ

Comments
Post a Comment