ସିଏଏ ପ୍ରସଙ୍ଗରେ ଭାରତକୁ ଇସ୍ରାଏଲ ଖୋଲା ସମର୍ଥନ



ଜେରୁଜେଲମ, ୨୯/୧  : ଭାରତରେ ମୋଦି ସରକାର ଦ୍ୱାରା ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ଦେଶରେ ଲାଗୁ କରାଯିବା ପରେ ଏଠାରେ ଏହାକୁ ନେଇ ରାଜନୀତି ଜାରି ରହିଛି । ବିରୋଧୀ ଦଳଗୁଡ଼ିକ ସଂସଦରୁ ସଡ଼କ ପର୍ଯ୍ୟନ୍ତ ସିଏଏକୁ ବିରୋଧ କରୁଛନ୍ତି । ସିଏଏକୁ ବିରୋଧ କରିବା ଆଳରେ ଏହି ବିରୋଧୀ ଦଳଗୁଡ଼ିକ ଟଙ୍କା ଖର୍ଚ୍ଚ କରାଇ ଭାରତରେ ସିଏଏ ବିରୋଧୀ ଉଗ୍ର ପ୍ରଦର୍ଶନ କରିବା ସହ ଦଙ୍ଗା ମଧ୍ୟ କରାଉଛନ୍ତି । ତେବେ ସିଏଏ ପ୍ରସଙ୍ଗରେ ଭାରତକୁ ଇସ୍ରାଏଲ ଖୋଲା ସମର୍ଥନ କରିଛି । ସିଏଏ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ଇସ୍ରାଏଲ୍‌ର ଦକ୍ଷିଣ ଏସୀୟା କାନସୁଲାର ଜେନେରାଲ ଦାନା କୁର୍ଶ କହିଛନ୍ତି । ତାବିଲନାଡୁର ଏକ କଲେଜରେ ଭାରତ ଓ ଇସ୍ରାଏଲ ଯୁଗ୍ମ ବୈଠକରେ ଯୋଗ ଦେଇ ଦାନା କୁଶ ଏହା କହିଛନ୍ତି । ତେଣେ ୟୁରୋପୀୟ ୟୁନିୟନ ସଂସଦରେ ମଧ୍ୟ ସିଏଏକୁ ନେଇ ମତଦାନ ହୋଇଛି ।

Comments