ଚଳିତ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବ। ପାଇଁ ଓଡ଼ିଶାର ୨ଜଣ ସାନ୍ତାଳୀ ଆଦିବାସୀ ଦିଲ୍ଲୀରେ

ନୂଆଦିଲ୍ଲୀ: ଦିଲ୍ଲୀରେ ଚଳିତ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବେ ମୟୂରଭଂଜ ଜିଲ୍ଲାର ୨ଜଣ ସାନ୍ତାଳୀ ଆଦିବାସୀ ।  ଏହି ଦୁଇ ଜଣ ହେଲେ ମୟୂରଭଂଜ ଜିଲ୍ଳା ଖୁଂଟା ବ୍ଲକ ହାତୀ ସାହିଁ ଗାଁର ଗଙ୍ଗାଧର ହେମ୍ବ୍ରମ ଓ ବେତନଟୀ ବ୍ଲକର ହୁତାପୁର ଗାଁର ଜାପାନୀ ମାଝି ।  ଗଙ୍ଗାଧର ପେସାରେ ଜଣେ ଶିକ୍ଷକ । ସେ ସାନ୍ତାଳୀ ଭାଷାର ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି । ସେହିପରି ଜାପାନୀ ଜଣେ ସମାଜସେବୀ ଭାବେ କାମ କରୁଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦେଶର ସବୁ ରାଜ୍ୟରୁ ୫୦ରୁ ଅଧିକ ଆଦିବାସୀ ଅତିଥିଙ୍କୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବା ପାଇଁ ନିମନ୍ତ୍ରଣ କରାଯାଇଥିଲା ।  ଏଦୁହେଁ ଏବେ ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ୍ ଓ ବିଟିଂ ରିଟ୍ରିଟ୍ କାର୍ଯ୍ୟକ୍ରମ ଦେଖିବେ । । ଏଥିପାଇଁ ଦୁହେଁ ଆଜି ଦିଲ୍ଲୀରେ ପହଂଚିଛନନ୍ତି । 

Comments