ମଧ୍ୟ ପ୍ରଦେଶର ଗ୍ୱାଲିୟର ଠାରୁ ୧୮ କିମି ଦୂର ମୁରୈନା ଜିଲାରେ ଥିବା ଶନି ମନ୍ଦିର ଏକ ନିଆରା ମନ୍ଦିର । ଏହି ମନ୍ଦିରର ନାଁ ହେଲା ଶନିଶ୍ଚରା ମନ୍ଦିର । ଏହି ମନ୍ଦିରର ଇତିହାସ ରାମାୟଣ ସହ ଜଡିତ ବୋଲି କୁହାଯାଏ । ଏହା ଦେଶର ସବୁଠାରୁ ପ୍ରାଚୀନତମ ଶନି ମନ୍ଦିର । ଶନିଦେବ ଏଠାରେ ବିରାଜମାନ କରିଥିବାରୁ ଏହି ଜାଗାକୁ ବହୁତ ପ୍ରଭାବ ଶାଳୀ ବୋଲି ବିଶ୍ୱାସ କରାଯାଏ । ଏହି ମନ୍ଦିର ର ବିଶେଷତ୍ୱ ହେଲା ଏଠାରେ ତେଲ ଅର୍ପଣ କରିବା ପରେ ଶନିଦେବଙ୍କୁ ଆଲିଙ୍ଗନ କରାଯାଏ । ସ୍ଥାନୀୟ ଲୋକକଥା ଅନୁସାରେ ରାବଣ ଶନିଦେବଙ୍କୁ ବନ୍ଦୀ କରି ରଖିଥିଲା । ହନୁମାନ ସୀତାକୁ ଖୋଜି ଖୋଜି ଲଙ୍କାରେ ପହଞ୍ଚିବା ବେଳକୁ ଶନିଦେବ ବନ୍ଦୀ ଥିବାର ଦେଖିଲେ । ଶନିଦେବ ସେଠାରେ ହନୁମାନଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କୁ ମୁକ୍ତ କରନ୍ତୁ । ଶନିଦେବଙ୍କ ଅନୁରୋଧ ରକ୍ଷା କରି ହନୁମାନ ଶନିଦେବଙ୍କୁ ଲଙ୍କାରୁ ଦୂରକୁ ଫୋପାଡି ଦେଇଥିଲେ । ଶନିଦେବ ଏଠାରେ ଏକ ସୁରକ୍ଷିତ ସ୍ଥାନରେ ପଡିଥିଲେ । ହନୁମାନ ଫୋପାଡିବା ଦ୍ୱାରା ଶନିଦେବ ଏଠାରେ ପ୍ରତିଷ୍ଠିତ ହୋଇଗଲେ । ଏବଂ ସେହିଦିନ ଠାରୁ ମୁରୈନା ଶନିଙ୍କର ଅଞ୍ଚଳ ଭାବେ ପରିଚିତ ହେଲା । ହନୁମାନ ଶନିଦେବଙ୍କୁ ଫୋପାଡିବା ପରେ ଏଠାରେ ଉଲ୍କା ପାତ ଭଳି ହୋଇଥିଲା । ଶିଳା ରୂପରେ ଶନିଦେବ ଏଠାରେ ପ୍ରତିଷ୍ଠିତ ହେବାରୁ ଏକ ବଡ ଗାତ ସୃଷ୍ଟି ହୋଇଥିଲା । ଉଲ୍କା ପଡିଲେ ଯେମିତି ଗର୍ତ୍ତ ହୋଇଯାଏ ଠିକ୍ ସେମିତି ଏକ ଗର୍ତ୍ତ ହୋଇଥିଲା । ଏହି ଗାତ ଆଜି ମଧ୍ୟ ସେହିଭଳି ଏଠାରେ ରହିଛି । ଏଠାରେ ଶନିଦେବଙ୍କୁ ତେଲ ଅର୍ପଣ କରିବା ପରେ ଆଲିଙ୍ଗନ କରିବାର ପରମ୍ପରା ରହିଛି ।ଏଠାକୁ ଯିଏ ବି ଆସନ୍ତି ସେ ଶନିଦେବଙ୍କୁ ତେଲ ଅର୍ପଣ କରିବା ପରେ ସ୍ନେହ ଏବଂ ବିଶ୍ୱାସର ସହ ଶନିଦେବଙ୍କୁ ଆଲିଙ୍ଗନ କରିଥାଏ । ଶନିଦେବଙ୍କୁ ଆଲିଙ୍ଗନ କରି ନିଜ ସମସ୍ୟା କହିବା ଦ୍ୱାରା ଶନିଦେବ ସବୁ ସମସ୍ୟା ଦୂର କରିଦେଇଥାନ୍ତି ବୋଲି ବିଶ୍ୱାସ ରହିଛି ।

Comments
Post a Comment